Spread the love

 

danda

ବରେଲି: ଅଫିସ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଉତ୍ତର ପ୍ରଦେଶ ରାଜ୍ୟର ବରେଲିରେ ଜଣେ ସରକାରୀ ଅଧିକାରୀଙ୍କୁ ତାଙ୍କ ପଦବୀର ହଟାଇ ଦିଆଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ଶ୍ମଶାନ ଭୂମି ମଞ୍ଜୁରି ପାଇଁ ନିବେଦନ କରିବାକୁ ୩ୟ ଥର ଯାଇଥିବା ସେ ବ୍ୟକ୍ତିଙ୍କୁ ବରେଲି ଜିଲ୍ଲା ଅନ୍ତର୍ଗତ ମିର୍‌ଗଞ୍ଜ ସହରର  ‘ସବ୍‌ ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌’ ଉଦିତ ପାୱାର୍ ‘ମୁର୍ଗା’ (କୁକୁଡ଼ା ପରି କୁଜା) ହୋଇ ବସିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ, ଏହି ଅଭିଯୋଗକୁ ପାୱାର୍‌ ଅସ୍ବୀକାର କରି କହିଛନ୍ତି ଯେ, ଏମିତି ଭାବେ ସେ ଅଫିସକୁ ଆସିଥିଲେ। ଏମିତି କାହିଁକି ହୋଇଛ ବୋଲି ପଚାରି ତ‌ାଙ୍କୁ ଠିଆ କରାଇବା ପାଇଁ ଅଫିସରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ କହିଥିଲି।

କିନ୍ତୁ, ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି , ‘ଏସ୍‌ଡିଏମ୍‌’ ଭୁଲ୍‌ କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ତାଙ୍କୁ ନିଲମ୍ବିତ କରିଛନ୍ତି ଓ ଏପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ଦେଇ ନାହାନ୍ତି। ପୀଡ଼ିତ କହିଛନ୍ତି ଅଭିଯୋଗ କରିଛନ୍ତି ଯେ, ଶ୍ମଶାନ ଭୂଇଁ ଦାବି ନେଇ କିଛି ଗ୍ରାମବାସୀଙ୍କ ସହିତ ସେ ‘ଏସ୍‌ଡିଏମ୍‌’ଙ୍କ ଅଫିସକୁ ଆସିଥିଲେ। କିନ୍ତୁ, ‘ଏସ୍‌ଡିଏମ୍‌’ ତାଙ୍କୁ ଚିଠିକୁ ଫିଙ୍ଗି ଦେଇ ଏମିତି ଦଣ୍ଡ ଦେଲେ। କାହିଁକି ଦଣ୍ଡ ଦେଉଛନ୍ତି ବୋଲି ପଚାରିବାରୁ ଓଲଟି ସେ ମୋତେ ଗାଳିଗୁଲଜ କଲେ। ମୁଁ ତାଙ୍କୁ କହିଲି, ଆବେଦନ ଉପରେ ବିଚାର ନ କରିବାରୁ ତୃତୀୟ ଥର ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି। ବିଚାର କରାଯିବା ପର୍ଯ୍ୟନ୍ତ ଏମିତି ହୋଇ ବସିଥିବି।

 

Leave a Reply

Your email address will not be published. Required fields are marked *