
ସୂଚନା ଅନୁସାରେ, ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି ପଡିଥିଲା। ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର। ଏମାନଙ୍କ ମଧ୍ୟରେ ତିନି ଜଣ ପିଲା ମଧ୍ୟ ଅଛନ୍ତି। ମୃତକମାନେ ହେଉଛନ୍ତି ସତିଶ ଚନ୍ଦ୍ର(40), ସରୋଜିନୀ ଦେବୀ(35) ଏବଂ ତିନି ଜଣ ନାବାଳକ। ତେବେ କେଉଁ କାରଣରୁ ଘର ଭୁଶୁଡି ପଡିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।