Spread the love

 

ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି  । ଏହି ସହାୟତା ଅନୁଯାୟୀ ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ  । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।

ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏଁ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ଏଥିପାଇଁ ୧୩ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି  । ତେବେ ସେହି ୧୩ଜଣ ଖେଳାଳି ହେଉଛନ୍ତି  କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ ଏବଂ ମାମା ନାଏକ । ପ୍ରତି ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବା ନେଇ ଘୋଷଣା ହୋଇଛି  ।

 

Leave a Reply

Your email address will not be published. Required fields are marked *