Spread the love

ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ହଜାର ହଜାର ଲୋକେ ଆହତ ହୋଇଥିବା ବେଳେ ୨ ହଜାରରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହାସହ ବିଭିନ୍ନ ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏତେ ପରିମାଣର ଜୀବନ ଯିବା ପରେ ମରୋକ୍କୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି।

ଶୁକ୍ରବାର ରାତିରେ ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଥିଲା। । ମରୋକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି। ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଟେଲିଫୋନ୍‌ ଲାଇନ୍ କଟି ଯାଇଛି। ମରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ବି ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *