Spread the love

ଭୁବନେଶ୍ୱର : ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ବିମାନ ଅବତରଣ ପାଇଁ କ୍ୟାଟ୍-୨ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଆକ୍ଟୋବରରୁ ଡିସେମ୍ବର ମାସ ପରଯ୍ୟନ୍ତ ରାତିରେ ୮ ଘଣ୍ଟା ବିମାନ ଚଲାଚଳ ବନ୍ଦ ରଖାଯିବ। ଏହି ସମୟରେ ରନୱେ ରିକାର୍ପେଟିଂ କାମ ମଧ୍ୟ ସମ୍ପାଦିତ ହେବ। ବର୍ତ୍ତମାନ ବିମାନବନ୍ଦରରେ କ୍ୟାଟ୍-୩ ଲାଇଟିଂ ବ୍ୟବସ୍ଥା ବ୍ୟବହାର ହେଉଥିବାବେଳେ ଖୁବଶୀଘ୍ର ଏଠାରେ କ୍ୟାଟ-୨ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆସନ୍ତା ମାସ ପ୍ରଥମ ସପ୍ତାହରୁ କାମ ଆରମ୍ଭ ହେବ। ସେହିପରି ୭୨ କୋଟି ଟଙ୍କା ବ୍ୟୟରେ ରନୱେ ମରାମତି କାମ ମଧ୍ୟ ଆରମ୍ଭ ହେବ। ଦିଲ୍ଲୀ ଭଳି ବୃହତ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ୟାଟ୍-୧ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ରନୱେ ଆଦୌ ଦୃଶ୍ୟମାନ ହେଉନଥିଲେ ସୁଦ୍ଧା ପାଇଲଟ୍ ବିମାନରେ ଅବତରଣ କରିପାରନ୍ତି। ଲାଇଟିଂ ସରଞ୍ଜାମ ଖଞ୍ଜିବା ଏବଂ ରନୱେ ମରାମତି ପାଇଁ ରାତି ୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କିମ୍ବା ରାତି ୧୧ରୁ ସକାଳ ୮ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରଖାଯିବ ବୋଲି AAI ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *