Spread the love

ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X (ପୂର୍ବର ଟ୍ୱିଟର) ଜରିଆରେ ସୂଚନା ଦେଇଛନ୍ତି। ଗତକାଲି ଟ୍ୱିଟ କରି ସ୍ପେନ ରାଷ୍ଟ୍ରପତି କହିଛନ୍ତି, ଆଜି ଅପରାହ୍ନରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ମୁଁ ସୁସ୍ଥ ଅନୁଭବ କରୁଛି। କିନ୍ତୁ ତେଣୁ ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଯିବାକୁ ଅସମର୍ଥ। ମାତ୍ର ଏହି ସମ୍ମିଳନୀରେ ସ୍ପେନ ପକ୍ଷରୁ ଦେଶର ପ୍ରଥମ ଉପରାଷ୍ଟ୍ରପତି ନାଦିଆ କେଲଭିନୋ ଓ ବୈଦେଶିକ ମନ୍ତ୍ରୀ ଜୋସ ମାନୁଏଲ ଆଲବାରେସ୍‌ ପ୍ରତିନିଧିତ୍ୱ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀରେ ଆସନ୍ତାକାଲିଠୁ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ନ ହେବାରେ ପେଡ୍ରୋ ସାନଚେଜ୍ ହେଉଛନ୍ତି ତୃତୀୟ ରାଷ୍ଟ୍ରମୁଖ୍ୟ। ତାଙ୍କ ପୂର୍ବରୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ବି ଦିଲ୍ଲୀ ଆସିବାକୁ ନାସ୍ତିବାଣୀ ଶୁଣାଇ ସାରିଛନ୍ତି।

ଆସନ୍ତାକାଲି ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍‌ରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବ । ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ରିପବ୍ଲିକ ଅଫ୍‌ କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ ଆଦି ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହେବେ। ଅତିଥିଙ୍କ ସ୍ୱାଗତ ପାଇଁ ନୂଆଦିଲ୍ଲୀ ନୂଆବୋହୂ ପରି ଝଲସୁଥିବା ବେଳେ ସେନା ଛାଉଣିରେ ପରିଣତ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *