
ଭାରତ-ବ୍ରିଟେନ୍ ବେପାର ବୁଝାମଣାକୁ ନେଇ ସୁନକ କହିଛନ୍ତି କି ଦୁଇ ଦେଶ ଅଧିକ ନିଯୁକ୍ତି ସହ ଗ୍ରାହକଙ୍କ ସୁବିଧା ଉପରେ ଗୁରୁତ୍ବ ଦେବ। ଏହା ଦୁଇ ଦେଶ ମଧ୍ୟର ସଂପର୍କକୁ ଅଧିକ ମଜବୁତ୍ କରିବ। ଜି-୨୦ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ପକ୍ଷରୁ କରାଯାଉଥିବା ଚେଷ୍ଟାରେ ବ୍ରିଟେନ୍ ବି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଋଷି ସୁନକ କହିଛନ୍ତି।
ଆପଣ ଜାଣିଥିବେ ଯେ ଋଷି ସୁନକ ହେଉଛନ୍ତି ୭୩୦ ନିୟୁତ ପାଉଣ୍ଡ୍ ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ଥିବା ବିଶ୍ବର ଅନ୍ୟତମ ବିତ୍ତଶାଳୀ ବିଲିୟନାରିଙ୍କ ମଧ୍ୟରେ ଅନ୍ୟତମ ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ। ସୁନକ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ୨୦୦୯ ମସିହାରେ ବାହା ହୋଇଥିଲେ। ବାହା ହେବା ପରେ ପରେ ଋଷି ସୁନକ ଖୁବ୍ ଶୀଘ୍ର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।
ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମଧ୍ୟ ଜଣେ କ୍ଷମତାଶାଳୀ ମହିଳା। ଭାରତରୁ ଯାଇଥିବା ତାଙ୍କ ପିତାମାତା କୋଟି କୋଟି ଟଙ୍କା ମୂଲ୍ୟର ‘ଇମ୍ଫୋସିସ୍ ଟେକ୍ କମ୍ପାନି’ର ମାଲିକ। ୪୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ଆଧୁନିକ ଇଂଲଣ୍ଡ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ମାତ୍ର ୭ ବର୍ଷ ସାଂସଦ ହୋଇ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।
Post Views: 12