
କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଆମେରିକା ରାଷ୍ଟ୍ରପତିଙ୍କୁ ବାହାର କରିବା ପାଇଁ ବ୍ୟବସ୍ଥା ହୋଇଛି। ଆମେରିକା ରାଷ୍ଟ୍ରପତି ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବେ। ତାଙ୍କ ସୁରକ୍ଷା ପାଇଁ ହୋଟେଲର ପ୍ରତି ମହଲାରେ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ କରାଯାଇଥିବା ବେଳେ ବାଇଡେନଙ୍କ ଯିବାଆସିବା ପାଇଁ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଲିଫ୍ଟ ଲଗାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ G20 ସମ୍ମିଳନୀ ଆୟୋଜନ କରାଯାଇଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ G20 ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।
Post Views: 6