
ଗତକାଲି ରାତିରେ ଦାଦା ଶଙ୍କର ବେହେରା ସହ ଶିବଙ୍କର କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦାଦା ଭୁଜାଲିରେ ଶିବଙ୍କ ପେଟକୁ ଭୂଷି ଦେଇଥିଲେ । ପରେ ଶିବଙ୍କ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ। ସେତେବେଳେ ଶଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହାପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିବଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେପଟେ ଏନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୁକ୍ତ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
Post Views: 6