Spread the love

ହାଇଦ୍ରାବାଦ: ତେଲେଙ୍ଗାନାର ମାଞ୍ଚିରିଆଲ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ଜଣେ ଦଳିତ ବ୍ୟକ୍ତି ଓ ତାଙ୍କ ସାଙ୍ଗଙ୍କୁ ଏକ ଶେଡ୍‌ରେ ଓଲଟା ଝୁଲାଇ ନିତାନ୍ତ ଅମାନୁଷିକ ଭାବେ ନିର୍ମମ ନିର୍ଯାତନା ଦିଆଯାଇଛି। ଏହି ଘଟଣାରେ କୋମୁରାଜୁଲା ରାମୁଲୁ, ତାଙ୍କ ପତ୍ନୀ ସ୍ୱରୂପା ଏବଂ ପୁଅ ଶ୍ରୀନିବାସ ନାମକ ତିନି ଅଭିଯୁକ୍ତଙ୍କୁ ଦଳିତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅତ୍ୟାଚାର ଅଭିଯୋଗରେ ଗିରଫ କରାଯାଇଛି।

ଶୁକ୍ରବାର ରାମୁଲୁଙ୍କ ଛେଳି ନିଖୋଜ ହେବା ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ଛେଳି ଚୋରି ସନ୍ଦେହରେ ଗୋପାଳକ ତେଜା ଓ ତାଙ୍କ ଦଳିତ ବନ୍ଧୁ ଚିଲୁମୁଲା କିରଣଙ୍କୁ ଶେଡ୍‌କୁ ଡକାଯାଇଥିଲା। ରାମୁଲୁ, ତାଙ୍କ ସ୍ତ୍ରୀ ଓ ପୁଅ ସେଠାରେ ଏମାନଙ୍କୁ ଓଲଟା ଝୁଲାଇ ମାଡ଼ ମାରିଥିଲେ।

କିରଣଙ୍କ ପତ୍ନୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁଲିସ ଏସ୍‌ ସି/ଏସ୍‌ଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ବେଲପଲ୍ଲୀ ଏସିପି ସଦୈୟା ଓ ଏସ୍‌ ଏସ୍‌ ଆଇ ଚନ୍ଦ୍ରକୁମାର ଶନିବାର ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରିଛନ୍ତି।

ଏସିପି ସଦୈୟା କହିଛନ୍ତି ଯେ ତିନି ଅଭିଯୁକ୍ତ ରାମୁଲୁ, ସ୍ୱରୂପା ଏବଂ ଶ୍ରୀନିବାସଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave a Reply

Your email address will not be published. Required fields are marked *