Spread the love

ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି  । ଏଭଳି କିଛି  ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ  ଯୁବକଙ୍କୁ ନେଇ ପାରାଦୀପ ଆସୁଥିବା ସୂଚନା ମିଳିଛି। ଓମ୍ ନମ୍ଃ ଶିବାୟ ମାଛ ଧରା ବୋଟ୍ ଗତ ସପ୍ତାହ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା।

ବୁଧବାର ରାତିରେ ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ବୋଟଟି ଅଟକି ଥିଲା। ଏହି ସମୟରେ ଜଣେ ଯୁବକ ଦୌଡ଼ି ସାହାଯ୍ୟରେ ବୋଟ ଉପରକୁ ଚଢି ଆସିଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡିଥିଲେ ।  ଯୁବକ ଜଣକ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ସ୍ପଷ୍ଟ ହୋଇନାହିଁ।  ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି  । ଗତକିଛି ମାସ ତଳେ ପାରାଦୀପ  ସମୁଦ୍ର ମଝିରେ ଏକ ପାରା ଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା  । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା  । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି  ।

Leave a Reply

Your email address will not be published. Required fields are marked *