Spread the love

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍‌ ଆଜି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବାସଭବନ ଯାଇଥିଲେ। ରାଜ୍ୟରେ ଏକ ନିର୍ବାଚନ ରାଲି ସମୟରେ ଅଭିଷେକ ଦେଇଥିବା ଏକ ଉତ୍ତେଜକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଅନ୍ତର୍ଗତ ଏକ ନୋଟିସ୍‌ ଦେବାପାଇଁ ସିଆଇଡି ଟିମ୍‌ ଆଜି ଅପରାହ୍ନରେ ଅଭିଷେକ ବାନାର୍ଜୀଙ୍କ କାଳିଘାଟ ବାସଭବନରେ ପହଞ୍ଚିଥିଲେ। ‌‌
ତେବେ ଏହି ସମୟରେ ଅଭିଷେକ ବାନାର୍ଜୀ ଘ‌ରେ ନଥିଲେ। ଅଭିଷେକଙ୍କ ପରିବାର ସଦସ୍ୟ ଏବଂ ଅଫିସ କର୍ମଚାରୀ ସିଆଇଡି ଅଫିସରଙ୍କୁ ଜଣାଇଥିଲେ ଯେ ସେ ପାର୍ଟି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଏକ ବୈଠକ ପାଇଁ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଦସ୍ତଖତ ଜାଲିଆତି ମାମଲାରେ ସିଆଇଡି ମୁଖ୍ୟାଳୟରେ ଗତକାଲି ଅଭିଷେକ ଜେରା ପାଇଁ ହାଜର ହୋଇଥିବାବେଳେ ଆଜି ତାଙ୍କ ବାସଭବନରେ ଏକ ନୋଟିସ୍‌ ଦେବାପାଇଁ ସିଆଇଡି ଟିମ୍‌ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *