Spread the love

ଇମ୍ରାନଙ୍କ ପିଛା ଛାଡୁନି ସମସ୍ୟା। ବେଲ୍ ପରେ ପୁଣି ଜେଲ୍ ଯାଇଛନ୍ତି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପରେ ପୁଣି ଗିରଫ ହୋଇଛନ୍ତି ଇମ୍ରାନ୍। ଆଗାମୀ ଫୈସଲା ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଇମ୍ରାନ୍।

ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ତାଙ୍କୁ ସାଇଫର୍ ମାମଲାରେ ଗିରଫ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ କନଫିଡେଣ୍ଟାଲ୍ ଡିପ୍ଲୋମାଟିକ୍ କେବୁଲ (ସାଇଫର)ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ଆସନ୍ତାକାଲି ମାମଲାର ଶୁଣାଣି ଅଛି। ଏଥିପାଇଁ କୋର୍ଟରେ ହାଜର ହେବେ ଇମ୍ରାନ୍।

କିଛି ସମୟ ପୂର୍ବରୁ ବହୁ ଚର୍ଚ୍ଚିତ ତୋଷଖାନା ମାମଲାରେ ଇମ୍ରାନଙ୍କୁ ବେଲ୍ ଦେଇଥିଲେ ଇସଲାମବାଦ ହାଇକୋର୍ଟ। ପୂର୍ବରୁ ଏକ ଟ୍ରାଏଲ କୋର୍ଟ ଏହି ମାମଲାରେ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲ୍ ଦଣ୍ଡାଦେଶ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଉପରେ ରୋକ୍ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ଇମ୍ରାନ୍ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଅଦାଲତ ମଧ୍ୟ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖି ଇମ୍ରାଙ୍କୁ ଆଶ୍ୱସ୍ଥି ଦେଇଥିଲେ। ମାତ୍ର ପୁନର୍ବାର ଆଉ ଏକ ମାମଲାରେ ଗିରଫ ହୋଇଛନ୍ତି ଇମ୍ରାନ।

Leave a Reply

Your email address will not be published. Required fields are marked *