Spread the love

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା। ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ହାତୀ ମୃତ୍ୟୁ ରୋକିବା ନେଇ ରାଜ୍ୟରେ ହୋଇଥିବା ପଲିସି ସମ୍ପର୍କରେ ଏହି ବୈଠକରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୧୧ ତାରିଖ ଅପରାହ୍ନ ସାଢେ ୪ ଟାରେ ବସିବ ଏହି ବୈଠକ।

ଜଏଣ୍ଟ ଟାସ୍କଫୋର୍ସ ସହିତ ଆବେଦନକାରୀ ଓ ଇଣ୍ଟରଭେନର ଓକିଲ ସାମିଲ ହେବେ । କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ। ସେହି ଦିନ ହାଇକୋର୍ଟରେ ମାମଲାର ଶୁଣାଣି ମଧ୍ୟ ରହିଛି। ଓଡିଶାରେ ହାତୀ କରିଡର ପାଇଁ ସେଦିନ ହେବ ଶୁଣାଣି।

ଗତ ଦେଢ଼ ମାସରେ ଓଡ଼ିଶାରେ ୨୪ ଟି ହାତୀ ମୃତ୍ୟୁ ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଥିଲା ଏହି ଶୁଣାଣି। ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର।

Leave a Reply

Your email address will not be published. Required fields are marked *