Spread the love

ରାୟଗଡା: ଗତକାଲି ମୀନାଝୋଲା ଶୈବପୀଠ ନିକଟରେ ଥିବା ତ୍ରିବେଣୀ ସଂଗମରେ ଗାଧୋଇବା ସମୟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ଦୁଇଜଣ ଶିଶୁକୁ ୫ କିଲୋମିଟର ଦୂରରୁ ଉଦ୍ଧାର କରା ଯାଇଛି ।

ଗତକାଲି ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସି ମାନେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ରତ୍ନାକର ବଡନାୟକ (୯) ଏବଂ ସୌମିତ ବଡସେଠ (୧୦) ଖୋଜାଖୋଜି ଜାରି ରଖିଥିଲେ ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।

ଏହାପରେ ଆଜି ସକାଳୁ ପୁଣି ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତ ଶରୀର ସେଠାରୁ ୫ କିଲୋମିଟ ଦୂରରେ ଉଦ୍ଧାର ହୋଇଥିଲା । ତେବେ ଘଟଣା ସ୍ତଳରେ ଚନ୍ଦ୍ରପୁର ପୁଲିସ ପହଞ୍ଚି ଉଭୟଙ୍କ ସବ ଜବତ କରିବା ସହ ନଦୀ କୂଳରେ ହିଁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ, ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶୈବପୀଠ ନିକଟରେ ସୋମବାର ଦିନ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ୫ ଜଣ ଶିଶୁ ଭାସିଯାଇଥିଲେ । ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ ନଦୀ କୁଳକୁ ପହଁରି ଚାଲି ଆସିଥିବା ବେଳେ ୯ ବର୍ଷୀୟ ଶିଶୁ ରତ୍ନାକର ବଡନାୟକ ଏବଂ ୧୦ ବର୍ଷୀୟ ସୌମିତ ବଡସେଠ ବଂଶଧାରାର ନଦୀ ସ୍ରୋତୋରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

ଏହି ସବୁଶିଶୁ ମାନେ ପରିବାର ସହିତ ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈାବ ପିଠକୁ ଆସିଥିଲେ । ତେବେ ଦର୍ଶନ ସାରି ବଂଶଧାରା , ଫାଳଫଳିଆ ଏବଂ ଚାଉଳଧୁଆ ତିନୋଟି ନଦୀର ସଂଗମ ସ୍ଥଳ ବୁଲିବାକୁ ଯାଇଥିଲେ । ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିବା ବେଳେ ହଠାତ୍ ବଂଶଧାରାର ପାଣିର ସୁଅରେ ପଡିଯାଇଥିଲେ ଦୁଇ ଜଣ।

Leave a Reply

Your email address will not be published. Required fields are marked *