Spread the love

ଡୋରଣ୍ଡା କୋଷାଗାର ସହ ଜଡିତ ଚାରା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସୋମବାର ରାୟ ଦେଇଛନ୍ତି। ସିବିଆଇର ସ୍ୱତନ୍ତ୍ର ବିଚାରପତି ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୧୨୪ ଅଭିଯୁକ୍ତଙ୍କ ମଧ୍ୟରୁ ୩୫ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ୫୨ ଦୋଷୀଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

କହି ରଖୁଛୁ, ୟୁନାଇଟେଡ୍ ବିହାର ସମୟରେ ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ହୋଇଥିଲା। ସେତେବେଳେ ଲାଲୁ ପ୍ରସାଦ ଯାଦବ ଥିଲେ ୟୁନାଇଟେଡ୍ ବିହାରର ମୁଖ୍ୟମନ୍ତ୍ରୀ। ସେହି ସମୟରେ ଡୋରଣ୍ଡା କୋଷାଗାରରୁ ୩୬ କୋଟି ୫୯ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଯାଇଥିଲା। ଏହି ଉଠାଣ ୧୯୯୦ରୁ ୧୯୯୫ ମଧ୍ୟରେ ହୋଇଥିଲା।

ଡୋରଣ୍ଡା କୋଷାଗାର ମାମଲାରେ ୨୭ ବର୍ଷ ଧରି ଚାଲିଥିବା ଶୁଣାଣି ସମୟରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରବିଶଙ୍କର ମୋଟ ୬୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି।

ଏହି ମାମଲାରେ ତତ୍କାଳୀନ ବିଧାୟକ ଗୁଲଶନ ଲାଲ ଆଜମାନିଙ୍କ ସମେତ ୧୨୫ ଅଭିଯୁକ୍ତ ବର୍ତ୍ତମାନ କୋର୍ଟରେ ଶୁଣାଣି ଫେସ୍‌ କରୁଛନ୍ତି। ଶୁଣାଣି ସମୟରେ ୬୨ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଲାଣି। ମାମଲାରେ ସିବିଆଇ ମୋଟ ୧୯୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Leave a Reply

Your email address will not be published. Required fields are marked *