Spread the love

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି।

ବୋର୍ଡ ଅଫ୍ ଡାଇରେକ୍ଟର୍ସ RILର ଅଂଶୀଦାରମାନଙ୍କ ଅନୁମୋଦନ ପରେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଇଶା ଏମ୍. ଅମ୍ବାନୀ, ଆକାଶ ଏମ୍. ଅମ୍ବାନୀ ଓ ଅନନ୍ତ ଏମ୍. ଅମ୍ବାନୀଙ୍କ ନିଯୁକ୍ତି ଉପରେ ବିଚାର କରିଛି। ଅଂଶୀଦାରମାନେ ଏହି କଥା ଉପରେ ସେମାନଙ୍କ ସମ୍ମତି ପ୍ରଦାନ କରିଥିଲେ।

ସେପଟେ ଇଶା, ଆକାଶ ଓ ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ସାମିଲ ହେବା ସହିତ ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଯଦିଓ ସେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଭାବରେ କାର୍ଯ୍ୟ ଜାରି ରଖିବେ। ଅମ୍ବାନୀ ପରିବାରର ଆଗାମୀ ପିଢ଼ି ଇଶା, ଆକାଶ ଓ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଅଫ୍ ଡାଇରେକ୍ଟର୍ସ ବୋର୍ଡରେ ସାମିଲ କରାଯାଇଛି। ନୀତା ଅମ୍ବାନୀ ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସ ମୋହର ଲଗାଇଛି। ଏଥିସହ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *