Spread the love

ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ ବର୍ଷ ଧରି ବେଙ୍ଗାଲୁରୁରେ ଏକାଠି ରହୁଥିଲେ। ସେମାନେ କଲେଜରୁ ପରସ୍ପରକୁ ଜାଣିଥିଲେ ଏବଂ ବେଙ୍ଗାଲୁରୁର କୋରାମଙ୍ଗଲାଠାରେ ଏକ ସେଲ୍ସ ଏବଂ ମାର୍କେଟିଂ ଫାର୍ମରେ କାମ କରୁଥିଲେ।

ଶନିବାର ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଦେବା ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରି ବୈଷ୍ଣବ ତାଙ୍କ ସହ ଯୁକ୍ତି କରିଥିଲେ। ଏହି ସମୟରେ ଜୋରରେ ଝଗଡା ହେବା ପରେ ବୈଷ୍ଣବ ପ୍ରେସର୍ କୁକରରେ ଦେବାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ବୈଷ୍ଣବ ଫେରାର୍ ହୋଇଯାଇଥିଲେ। ପୁଲିସ ତାଙ୍କୁ ଖୋଜାଖୋଜି କରି ଗିରଫ କରିଛି।

ପୁଲିସ ଆହୁରି ମଧ୍ୟ କହିଛି ଯେ, ଉଭୟଙ୍କ ସମ୍ପର୍କକୁ ନେଇ ସେମାନଙ୍କ ଅଭିଭାବକ ଜାଣିଥିଲେ। ଏପରିକି ସେମାନେ ଏକାଠି ରହୁଥିବା କଥା ମଧ୍ୟ ଜାଣିଥିଲେ ବାପା-ମାଆ। ଦେବା ଦୀର୍ଘ ସମୟ ଧରି କଲ୍ ରିସିଭ୍ ନ କରିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୋଡଶୀ ଘଟଣାର ପର୍ଦ୍ଦାଫାସ କରିଛନ୍ତି। ପୂର୍ବରୁ ମଧ୍ୟ ଉଭୟ ଏପରି ବାରମ୍ୱାର ଝଗଡା କରୁଥିବା ନେଇ ପୁଲିସକୁ ଜଣାଇଥିଲେ ପଡୋଶୀ। ବୈଷ୍ଣବଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

Leave a Reply

Your email address will not be published. Required fields are marked *