Spread the love

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ପୁଟିନ । ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି । ଭାରତର ଜି-୨୦ ସଭାପତିତ୍ବ ସମୟରେ ନିଆଯାଉଥିବା ସବୁପ୍ରକାରର ପଦକ୍ଷେପକୁ ରୁଷ ସମର୍ଥନ କରୁଥିବାରୁ ମୋଦୀ ସେଥିପାଇଁ ପୁଟିନଙ୍କୁ ଧନ୍ୟବାଦ ଦେଇଛନ୍ତି ।

କିଛିଦିନ ପୂର୍ବେ  ରୁଷରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ବ୍ୟକ୍ତିଗତ ଭାବେ ନୂଆଦିଲ୍ଲୀ ଯିବେ ନାହିଁ। ୟୁକ୍ରେନରେ ଚାଲିଥିବା ସ୍ବତନ୍ତ୍ର ସାମରିକ ଅପରେସନ ଉପରେ ନଜର ରଖିବାକୁ ସେ ଭାରତ ଆସିବେ ନାହିଁ ବୋଲି ପେସ୍କୋଭ କହିଥିଲେ । ଏହା ପୂର୍ବରୁ ପୁଟିନ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ମଧ୍ୟ ଯାଇନଥିଲେ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କୁ ପଠାଯାଇଥିଲା । ତେବେ ପୁଟିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published. Required fields are marked *