Spread the love

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩ ରାକ୍ଷୀ  । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳ ଅବତରଣ ପରେ ଏହାକୁ ନେଇ ରାକ୍ଷୀ ପ୍ରସ୍ତୁତ ହୋଇଛି  । ଆଉ ଏହାକୁ  ପ୍ରସ୍ତୁତ କରିଛନ୍ତି ଜୟପୁରର ହସ୍ତଶିଳ୍ପୀ ଦୀପକ ଦାଶ  ।

ପ୍ରତିବର୍ଷ ଭିନ୍ନ ଭେରାଇଟିର ରାକ୍ଷୀ ଆସୁଥିବାବେଳେ ଏଥର ଟିକିଏ  ଅଧିକା ଫ୍ରାନ୍ସି ରାକ୍ଷୀ ଆସିଛି। ଯଦିଓ ପୂର୍ବ ବର୍ଷ ତୁଳନାରେ ବେପାର ବଢ଼ିନାହିଁ। ବର୍ଷା ବ୍ୟବସାୟରେ ବାଧକ ସାଜିଛି। ତଥାପି ଏଥର ଭଲ ଦୁଇ ପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି ରାକ୍ଷୀ ବ୍ୟବସାୟୀ । ହସ୍ତଶିଳ୍ପୀ ଦୀପକ ଦାଶ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଏହି ରାକ୍ଷୀ ପ୍ରସ୍ତୁତ କରିଛନ୍ତି  । ଦୀପକ କହିଛନ୍ତି ଏହି ରାକ୍ଷୀ ସେ ପ୍ରସ୍ତୁତ କରିବା ପରେ ତାଙ୍କୁ ସେଭଳି ଆଉ କିଛି ରାକ୍ଷୀ ତିଆରି କରି ଦେବା ପାଇଁ କିଛି ଗ୍ରାହକ ଅର୍ଡର ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *