Spread the love

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ କରାଥିବା ସହ ସୁନା ଅଳଙ୍କାର ମଧ୍ୟ ଜବତ ହେବା ନେଇ ଡିସିପି ପ୍ରତୀକ ସିଂ ପ୍ରେସ ମିଟରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅଗଷ୍ଟ ୨ରେ ଇନଫୋସିଟି ଥାନା ନନ୍ଦନବିହାର ଡକାୟତମାନେ ସିବିଆଇ ଅଧିକାରୀ ପରିଚୟ ଦେଇ ନୀବାରଣ ପାଣୀଙ୍କ ଘରେ ପ୍ରବେଶ କରିଥିଲେ। ଘରେ ପଶି ବାପା ପୁଅଙ୍କ ହାତଗୋଡ଼ ବାନ୍ଧି ଧମକ ଦେଇ ଚୁପ ବସାଇବା ପରେ ଲୁଟିବା ଆରମ୍ଭ କରିଥିଲେ।

ଘର ଭିତରେ ବିଭିନ୍ନ ସ୍ଥାନରୁ ଖୋଜା ଖୋଜି କରି କରିଥିଲେ ଡକାୟତ। ଏହାପରେ ଡକାୟତମାନେ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟି ସେଠାରୁ ଫେରାର ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଖବରପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତି ଘଟଣାର ତଦନ୍ତ କରିଥିଲା।

Leave a Reply

Your email address will not be published. Required fields are marked *