
ମାଦିଙ୍କ ଗାଈ ସେଇ ମକା ଫସଲ ଖାଇଦେବାରୁ ଏଥିରେ ଆକାଶ ଉତ୍ତ୍ୟକ୍ତ ହୋଇ ମାଦିଙ୍କୁ ଗୁଳିକରି ହତ୍ୟା କରିଥିଲେ। ଜମି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଦିଙ୍କୁ ପରିବାର ଲୋକେ ପାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମାଦିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଆକାଶକୁ ଗିରଫ କରିଛି।
Post Views: 6