Spread the love

ଗୋପାଳପୁର: ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଶର ପ୍ରମୁଖ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଲାଗି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

MOU ମୁତାବକ ACME କ୍ଲିନ୍ ଏନର୍ଜି ଟାଟା ଷ୍ଟିଲ ଏସଇଜେଡରେ ୩୪୩ ଏକର ଜମି ଉପରେ ସ୍ଥାପନ ହେବ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ। ୧.୩ ନିୟୁତ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୫୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଏସି ଏମଇ ଏନର୍ଜି। ଦୁଇରୁ ଅଢେଇ ବର୍ଷ ମଧ୍ୟରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଟାଟା ଷ୍ଟିଲ ଏସଇଜେଡ୍ ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି , ACME ଗ୍ରୁପ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ସେମାନେ ୩୪୩ ଏକର ଜାଗା ଉପରେ ତାଙ୍କ କମ୍ପାନୀ ବସାଇବେ। ୨ରୁ ଅଢ଼େଇ ବର୍ଷ ଭିତରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ। ଏହି କମ୍ପାନୀ ହେବା ଦ୍ୱାରା ସେହି ଅଞ୍ଚଳରେ ଉନ୍ନତି ହେବ ଓ କିଛି ଲୋକଙ୍କୁ ନିଯୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *