
ସେପ୍ଟେମ୍ବର ୮ ରୁ ୧୦ ତାରିଖ ଯାଏ ଦିଲ୍ଲୀ ସଟଡାଉନ ରହିବ। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଦିଲ୍ଲୀ ଟ୍ରାଫିକ ପୋଲିସ ସେପ୍ଟେମ୍ବର ମାସରେ ଚାରି ଦିନ ପାଇଁ ଟ୍ରାଫିକ ଆଡଭାଇଜରି ମଧ୍ୟ ଜାରି କରିଛି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରାଫିକ୍ର ସ୍ୱତନ୍ତ୍ର କମିଶନର ଏସ୍.ଏସ୍ ଯାଦବ କହିଛନ୍ତି ଯେ ଦିଲ୍ଲୀ ପୋଲିସ ୱେବସାଇଟରେ ଏକ ଭର୍ଚୁଆଲ୍ ହେଲପ୍ ଡେସ୍କ୍ ଉନ୍ମୋଚିତ ହେବ ଯେଉଁଥିରେ ଉପଲବ୍ଧ ପରିବହନ ସୁବିଧା ଏବଂ ନିକଟସ୍ଥ ଚିକିତ୍ସା ସୁବିଧା ତାଲିକାଭୁକ୍ତ ହେବ। ଆମ୍ବୁଲାନ୍ସ କିମ୍ବା ଅତ୍ୟାବଶ୍ୟକ ସେବାଗୁଡିକର ଗତିବିଧି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ନୂଆଦିଲ୍ଲୀ ଅଞ୍ଚଳରେ ସିଟି ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ। କିନ୍ତୁ ଦିଲ୍ଲୀ ମେଟ୍ରୋ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
Post Views: 11