Spread the love

 

dr

ନିଜ ପରିଚୟକୁ ଲୁଚାଇବା ପରିବର୍ତ୍ତେ ତାହାକୁ ଆଧାର କରି ସଫଳତା ହାସଲ କରିବାର ସାହସ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ଥାଏ। ଜଣେ ଟ୍ରାନ୍ସଜେଣ୍ଡର ହୋଇ ମଧ୍ୟ ଅପବାଦକୁ ଡରିବା ପରିବର୍ତ୍ତେ ସେହି କାଟାଗୋରିରେ ପଢ଼ିଲେ ଡାକ୍ତରୀ ପାଠ। ଏଥିନିମନ୍ତେ ବହୁ ନିନ୍ଦା, ଅପବାଦ ବି ସହିବାକୁ ପଡ଼ିଲା। ମାତ୍ର ସବୁକୁ ପଛ କରି ତେଲେଙ୍ଗାନାର ପ୍ରଥମେ ଟ୍ରାନ୍ସଜେଣ୍ଡର ଡାକ୍ତର ହେବାର ସୌଭାଗ୍ୟ ହାସଲ କରି ପାରିଛନ୍ତି ରୁଥ୍‌ ଜନ କୋୟଲା।

ରୁଥ୍‌ ଜନ କୋୟଲା ମେଡିସିନରେ ପିଜି ସାରି କରି ତେଲେଙ୍ଗାନାର ପ୍ରଥମେ ଟ୍ରାନ୍ସଜେଣ୍ଡର ଡାକ୍ତର ଭାବେ ହାଇଦ୍ରାବାଦସ୍ଥିତ ଓସମାନିଆ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି।

ସଫଳତା ପାଇଁ ରୁଥ୍‌ଙ୍କ ସଂଘର୍ଷ କିନ୍ତୁ ଖୁବ୍‌ ଲମ୍ବା । ସେ ଗରୀବ ଆଦିବାସୀ ପରିବାରରୁ ଆସିଥିବା ବେଳେ ପିଲା ବେଳୁ ଖୁବ୍‌ ମେଧାବୀ ଥିଲେ। ଗତ ୨୦୨୨ ମସିହାରେ ରୁଥ ନିଟ୍‌ ପିଜିରେ ଆଡମିଶନ କରିଥିଲେ। ମାତ୍ର ତାଙ୍କୁ ମହିଳା କାଟାଗୋରୀରେ ଆଡମିଶନ କରିବାକୁ କୁହାଯାଇଥିବା ବେଳେ ରୁଥ୍‌ କିନ୍ତୁ ସିଧାସଳଖ ଏହାକୁ ପ୍ରତ୍ୟାଖାନ କରିଥିଲେ। ସେ ନିଜ ପରିଚୟ ଲୁଚାଇବାକୁ ଚାହୁଁ ନ ଥିଲେ। ତେଣୁ ସେ ଟ୍ରାନ୍ସଜେଣ୍ଡର କାଟାଗୋରୀରେ ଆଡମିଶନ କରିବାକୁ ଆବେଦନ କରିଥିଲେ। ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଲା। ସବୁଠୁ ନକରାତ୍ମକ କଥା ଶୁଣିବା ପରେ ରୁଥ୍‌ ତେଲେଙ୍ଗେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ।

ଗତ ଜୁନ୍‌ ମାସରେ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରି ରୁଥ୍‌ଙ୍କୁ ଟ୍ରାନ୍ସଜେଣ୍ଡର କାଟାଗୋରୀରେ ଆଡମିଶନ କରିବାକୁ ଅନୁମତି ଦେଇଥିଲେ। ଏନେଇ ରୁଥ୍‌ କହିଛନ୍ତି, ହାଇକୋର୍ଟ ମୋ ଗୁହାରୀ ଶୁଣିବା ସହ ନିଟ୍‌ ପିଜି କାଉନସିଲିଂରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ସିଟ୍‌ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବେଶ୍‌ ଖୁସି ଥିବା ରୁଥ୍‌ ଭବିଷ୍ୟତରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇ ନିଜ ସମୁଦାୟର ମହିଳାଙ୍କ ସମେତ ଗରୀବ ଶ୍ରେଣୀ ଲୋକଙ୍କୁ ବି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦଦ୍ଧ ଅଛନ୍ତି।

ଭାରତରେ ବହୁ ଟ୍ରାନ୍ସଜେଣ୍ଡର ଡାକ୍ତର ହୋଇ ରୋଗୀ ସେବା କରୁଥିଲେ ମଧ୍ୟ ସେମାନେ ପୁରୁଷ କିମ୍ବା ମହିଳା କାଟାଗୋରୀରେ ନିଜକୁ ପଞ୍ଜୀକୃତ କରିଛନ୍ତି। ମାତ୍ର ରୁଥ୍‌ ନିଜ ପରିଚୟ ଲୁଚାଇବାକୁ ପସନ୍ଦ କରି ନ ଥିବା ବେଳେ ଏଥିନିମନ୍ତେ ସଂଘର୍ଷ ଜାରି ରଖିବାକୁ ମାନସିକି ସ୍ତରରେ ପ୍ରସ୍ତୁତି ମଧ୍ୟ ଚଳାଇଲେ। ଆଉ ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ସଫଳତାର ସ୍ୱାଦ ଚାଖିଛନ୍ତି ରୁଥ୍‌ ।

Post Views: 6

 

Leave a Reply

Your email address will not be published. Required fields are marked *