
ଆଜି ଏ ସମ୍ପର୍କରେ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ୍ ଗୁଡିକ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦୦ ପ୍ରତିଶତ ଅର୍ଥ ଫେରସ୍ତ ଦିଆଯିବ। ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଋଣ କରିଥିବା ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକୁ ସରକାର ୭୫% ଅର୍ଥ ଫେରସ୍ତ ଦେବେ। ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଋଣକରି କାମ ଆରମ୍ଭ କରିଥିବା କମ୍ପାନୀଙ୍କୁ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ଅର୍ଥ ଫେରସ୍ତ ମିଳିବ।
ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକୁ ବ୍ୟାଙ୍କ ଋଣ ଉପରେ ସବ୍ସିଡି ପ୍ରଦାନ କରିବା ପାଇଁ ଗତ ବଜେଟ ଅଧିବେସନରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ। ଏହି କ୍ରମରେ ସେମାନଙ୍କୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (ୱାର୍କିଂ କ୍ୟାପିଟାଲ) ଉପରେ ୨୫%ରୁ ୧୦୦% ପର୍ଯ୍ୟନ୍ତ ସବ୍ସିଡି ମିଳିବ ବେଲି କୁହାଯାଇ ଥିଲା। ଏବାବଦରେ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ୟୁନିଟ୍କୁ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ଦେବେ। ବୃହତ ଶିଳ୍ପାନୁଷ୍ଠାନ ତୁଳନାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ।
Post Views: 7