
ମିଳିଥିବା ସୂଚନା ଅନୁଯାୟୀ, ଅରରିୟା ଜିଲ୍ଲାର ରାଣୀଗଞ୍ଜରେ ରହୁଥିବା ବିମଳଙ୍କୁ ଗତକାଲି ସକାଳେ ୪ ଜଣ ଅପରାଧୀ ତାଙ୍କ ଘରେ ପଶି ଅତର୍କିତ ଭାବରେ ଗୁଳିଚାଳନା କରିଥିଲେ । ଘଟଣାସ୍ଥଳରେ ହିଁ ବିମଳଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲ। ଖବର ପାଇ ସ୍ଥାନୀୟ ଓ ଅରରିୟା ଏସ୍ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମଳଙ୍କ ବାପା ଏନେଇ ଥାନାରେ ୮ଜଣଙ୍କ ନାମରେ ଏତଲା ଦେଇଥିଲେ । ସେଥିମଧ୍ୟରୁ ପୋଲିସ ଆଜି ୪ଜଣଙ୍କୁ ଗିରଫ କରିଛି ।
Post Views: 7