
ଉପରୋକ୍ତ ଜମି ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜଣେ ‘ଆଇଏଏସ୍’ ଅଧିକାରୀଙ୍କ ସମେତ ୧୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜୁଲାଇ ୮ ତାରିଖ ଦିନ ସୋରେନ୍ଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରାଙ୍କ ବାସଭବନରେ ଚଢ଼ଉ କରିଥିଲା। ସେଠାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ‘ଲିଙ୍କ୍’ ଥିବା ଏକ ପାସବୁକ୍ ପାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କ ନାଁ ଏହି ମାମଲାରେ ଅନ୍ତର୍ଭୁକ୍ତ ହୋଇଥିଲା।
ମିଶ୍ରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅଦ୍ଭୁତ କଥା ହେଉଛି, ଜନସାଧାରଣଙ୍କ ଜମି ସବୁ ବେଆଇନଭାବେ ହଡ଼ପ କରିବା ଲାଗି ଅଭିଯୁକ୍ତ ୧୯୩୨ ମସିହାର କାଗଜପତ୍ର ବ୍ୟବହାର କରିଛନ୍ତି। ଜମି ମାଲିକମାନଙ୍କୁ ସେ କହିଛନ୍ତି ଯେ, ସେମାନଙ୍କର ବାପା ଓ ଜେଜେବାପା ଉକ୍ତ ଜମି ସବୁ ବିକ୍ରି କରିଦେଇଥିଲେ। ଏହି ଜମି ସବୁକୁ ସେନାକୁ ଲିଜ୍ରେ ଦେଇ ପରେ ଅଭିଯୁକ୍ତ କୌଶଳକ୍ରମେ ଅନ୍ୟମାନଙ୍କୁ ବିକ୍ରୟ କରିଥିଲେ।
Post Views: 6