ଜୁନାଗଡ଼: କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲାରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଗତ ୨୦୨୫ ସେପ୍ଟେମ୍ବରରେ ମେଜର ପାଣି କାଶ୍ମୀରରେ ଅପରେସନ ଗୁଡ୍ଡର ର ନେତୃତ୍ୱ ନେଇ ଲଶ୍କର-ଇ-ତୋଇବାର ଆତଙ୍କବାଦୀ ରେହମାନ ଭାଇ କୁ ହତ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ଏହି ବୀରତ୍ବ ସେନାପଦକ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି।
ଜୁନାଗଡ଼ ବ୍ଲକ୍ କଛିମଡୋଳା ଗାଁ ରେ ଜନ୍ମିତ ମେଜର ସୁଧାଂଶୁ ପାଣି ଙ୍କ ପରିବାର ଏବେ ଜୁନାଗଡ଼ ରେ ବସବାସ କରୁଛନ୍ତି। ତାଙ୍କ ମାଁ ଶିକ୍ଷୟତ୍ରୀ ରାଜକୁମାରୀ ପାଣି ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଗ୍ରିଡ୍ ନିକଟରେ ସ୍ଥାୟୀ ଭାବେ ରହୁଛନ୍ତି। ସଂପ୍ରତି ମେଜର ପାଣି ରାଜସ୍ଥାନ ଜୟପୁରରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସୁରକ୍ଷାକର୍ମୀ ଙ୍କ ମଧ୍ୟରୁ ୧୩ ଜଣଙ୍କୁ ମରଣୋତ୍ତର ସମେତ ୭୮ ଜଣଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରିବାକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି।