Spread the love

ଜଳେଶ୍ବର: କମୁଛି ସୁବର୍ଣ୍ଣରେଖା, ବଢୁଛି ଜଳକା । ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ଗାଲୁଡିହି ବ୍ଯାରେଜରୁ ପାଣି ଛଡା ଯିବା ଯୋଗୁ ସୁବର୍ଣ୍ଣରେଖା ଜଳସ୍ତର ବଢିଥିଲା । ଏବେ ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ ବିପଦ ସଙ୍କେତ ରହିଛି ୧୦.୩୬। ସକାଳ ୬ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୯.୪୯ ମିଟରରେ ପ୍ରବାହିତ ହେଉଛି । ଅନ୍ଯପଟେ ବିପଦ ସଙ୍କେତ ଉପରେ ରହିଛି ଜଳକା । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୫୪ ମିଟରରେ ପ୍ରବାହିତ ହେଉଛି ।

ସୁବର୍ଣ୍ଣରେଖାର ଜଳସ୍ତର ହ୍ରାସ ପାଇବା ଲୋକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇଥିବାବେଳେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିବା ଚିନ୍ତାର କାରଣ ପାଲଟିଛି। ଆଗାମୀ କିଛି ଘଣ୍ଟାରେ ଉପରମୁଣ୍ଡରେ ବର୍ଷାର ପରିମାଣ ଏବଂ ନଦୀଗୁଡ଼ିକର ଜଳସ୍ତର ଉପରେ ପରିସ୍ଥିତି ନିର୍ଭର କରିବ। ତେଣୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଜରୁରୀ ପରିସ୍ଥିତିରେ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *