Spread the love

ଭଦ୍ରକ: ଭଦ୍ରକ ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କ। ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ନଦୀରେ କୁମ୍ଭୀର ବୁଲୁଥିବା ଦେଖି ମୋବାଇଲ ମାଧ୍ୟମରେ ଭିଡିଓ କରି କରଞ୍ଜଆଡିଆ ସରପଞ୍ଚଙ୍କ ପାଖକୁ ଖବର ଦେଇଥିଲେ।

କୁମ୍ଭୀରଟିର ଲମ୍ବ ହାରାହାରି ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି। ଏହି ବ୍ଲକର ପଦ୍ମପୁର ବାଲିମେଦ ଓ କରଞ୍ଜ ଅଡିଆ ପଞ୍ଚାୟତର କିଛି ଗ୍ରାମ ମନ୍ତେଈ ନଈ କୂଳରେ ଅବସ୍ଥାପିତ। ଏବେ ଏହି ନଈରେ କୁମ୍ଭୀର ଆତଙ୍କ ଦେଖା ଦେଇଛି। କେତେବେଳେ କୁମ୍ଭୀର ନଈ କୂଳରେ ଚରୁଥିବା ଗୋରୁ ଗାଇଙ୍କୁ ଖାଇ ଦେଉଛି ତ ପୁଣି କେତେବେଳେ ନଈ କୂଳରେ ଚିଙ୍ଗୁଡ଼ି ଚାଷ ହୋଇଥିବା ଆଡିରେ ଶୋଇ ରହୁଛି। ବନବିଭାଗ ପକ୍ଷରୁ ମନ୍ତେଈ ନଈ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଇଥିଲା। ମହିଳାଙ୍କ ଜଣଙ୍କ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲା ବେଳେ କୁମ୍ଭୀର ଟାଣି ନେଇଥିଲା।

Leave a Reply

Your email address will not be published. Required fields are marked *