ଶିବସେନା(UBT) ମୁଖ୍ୟ ଉଦ୍ଧବ ଠାକରେଙ୍କ ଘରେ ସାପ। ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ଉଦ୍ଧାର ହୋଇଛି ୪ ଫୁଟ୍ର ଏକ ନାଗସାପ। ତାଙ୍କ ଘରୁ ସାପ ବାହାରିବା ପରେ ପରିବାର ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ରବିବାର ଦ୍ୱିପ୍ରହରରେ ଶିବସେନାର କର୍ମଚାରୀମାନେ ପ୍ରଥମେ ଘରର ପାଣିଟାଙ୍କି ପଛପଟେ ଏକ ୪ ଫୁଟ୍ ଲମ୍ବାର ନାଗସାପ ଦେଖିବାକୁ ପାଇଥିଲେ।
ଯେତେବେଳେ ଠାକରେଙ୍କ ପରିବାରକୁ ଏ ସମ୍ପର୍କରେ ଖବର ମିଳିଥିଲା, ତ ସାପ ଦେଖିବା ପାଇଁ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ତେଜସ୍ ଘର ଭିତରୁ ବାହାରି ଆସିଥିଲେ। ଏହାପରେ ଏ ନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା।
ଖବର ପାଇ ସାପ ଧରାଳି ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରିଥିଲା ଏବଂ ବନ ବିଭାଗକୁ ହସ୍ତାନ୍ତର କରିଥିଲା। ଖବର ମୁତାବକ, ରବିବାର ଦ୍ୱିପ୍ରହର ପ୍ରାୟ ସାଢ଼େ ୧ଟା ସମୟରେ ଉଦ୍ଧବ ଠାକରେଙ୍କ ଘରେ ଏହି ନାଗସାପ ଦେଖିବାକୁ ମିଳିଥିଲା। ସାପ ଧରିବା ସମୟରେ ସମସ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଉପାୟ ଆପଣା ଯାଇଥିଲା।