Spread the love

ଟ୍ୟୁନିସ୍‌: ଟ୍ୟୁନିସ୍‌ର କେର୍କେନା ଦ୍ବୀପକୁ ଘେରି ରହସଥିବା ସମୁଦ୍ରରେ ପ୍ରବାସବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଜାହାଜ ବୁଡ଼ିଯିବାରୁ ଅନ୍ୟୂନ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୫୧ଜଣ ନିଖୋଜ ହୋଇଯାଇଥିବା କଥା ରବିବାର ଦିନ ‘ରଏଟର୍ସ’କୁ ଜଣେ ବିଚାର ବିଭାଗୀୟ ଅଧିକାରୀ କହିଛନ୍ତି।

ସେ ଜାହାଜରେ ଥିବା ସମସ୍ତ ପ୍ରବାସୀ ଉପ-ସାହାରୀୟ ଆଫ୍ରିକାରୁ ଆସିଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଦେଶର ଗୃହମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଜୁଲାଇ ୨୦ ତାରିଖ ସୁଦ୍ଧା ଟ୍ୟୁନିସୀୟ ତଟରକ୍ଷୀ ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରୁ ବୁଡ଼ି ଯାଇଥିବା ୯୦୧ ଜଣ ପ୍ରବାସୀଙ୍କ ଶବ ଉଦ୍ଧାର କରିଛନ୍ତି। ଜୁଲାଇ ମାସରେ ବୁଡ଼ି ମରିଥିବା ପ୍ରବାସୀଙ୍କ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏହି ଉତ୍ତର ଆଫ୍ରିକୀୟ ଦେଶରୁ ରେକର୍ଡ ସଂଖ୍ୟକ ଲୋକ ପ୍ରବାସ ଯାତ୍ରା କରୁଛନ୍ତି। ତା’ସହିତ ଏହି ଉପ-ସାହାରୀୟ ଆଫ୍ରିକାରୁ ଇଟାଲୀୟ ଉପକୂଳକୁ ଯାତ୍ରା କରୁଥିବା ପ୍ରବାସୀଙ୍କ ନାବ ବା ଜାହାଜଗୁଡ଼ିକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଉଛି।

ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଦାରିଦ୍ର୍ୟ ଓ ଯୁଦ୍ଧ ଯୋଗୁଁ ଲୋକେ ଉନ୍ନତ ଜୀବନଯାପନ ଆଶାରେ ୟୁରୋପ ଚାଲିଯାଉଛନ୍ତି। ପୂର୍ବରୁ ସେମାନେ ଲିବ୍ୟାରୁ ୟୁରୋପ ଯାତ୍ରା କରୁଥିବା ବେଳେ ଏବେ ଟ୍ୟୁନିସିଆରୁ ଯାତ୍ରା କରୁଛନ୍ତି।

Leave a Reply

Your email address will not be published. Required fields are marked *