Spread the love

ମଣିପୁର ହିଂସା ମାମଲାରେ ସୋମବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ମଣିପୁର ଡିଜିପି ରାଜୀବ ସିଂ କୋର୍ଟରେ ହାଜର ହୋଇଥିଲେ। ରାଜ୍ୟରେ ହିଂସା ସମୟରେ ରୁଜୁ ହୋଇଥିବା ଜିରୋ ଏଫ୍‌ଆଇଆର୍‌, ରେଗୁଲାର ଏଫ୍‌ଆଇଆର୍‌, ବୟାନ ଏବଂ ଗିରଫଦାରୀ ବିଷୟରେ ସେ ବିବରଣୀ ପ୍ରଦାନ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼ ହାଇକୋର୍ଟଙ୍କ ୩ ପୂର୍ବତନ ଜଜ୍‌ଙ୍କ ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଅଛନ୍ତି ଜଷ୍ଟିସ୍‌ ଗୀତା ମିତ୍ତଲ, ଜଷ୍ଟିସ୍‌ ଶାଲିନୀ ଜୋଶୀ ଓ ଜଷ୍ଟିସ୍‌ ଆଶା ମେନନ୍‌। ଜଷ୍ଟିସ୍‌ ଗୀତା ମିତ୍ତଲ କମିଟିର ଅଧ୍ୟକ୍ଷତା କରିବେ। ଏହି କମିଟି ମୁଣିପୁରରେ ତଦନ୍ତ, ଉଦ୍ଧାର, କ୍ଷତିପୂରଣ, ପୁନର୍ବାସ ଆଦି ପ୍ରସଙ୍ଗରେ ତଦାରଖ କରିବ।

ଏଥିସହିତ ସିବିଆଇ ତଦନ୍ତର ମନିଟରିଂ ପାଇଁ ସୁପ୍ରିମ୍‌କୋର୍ଟ ଜଣେ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ସିଜେଆଇ ଆଦେଶ ଦେଇଛନ୍ତି ଯେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଦତ୍ତୋତ୍ରୟ ପଟସାଲଗିକର ସିବିଆଇ ତଦନ୍ତ ତଦାରଖ କରିବେ।

ସିଜେଆଇ ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାରଦୀଓ୍ଵାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କ ବେଞ୍ଚ୍‌ ମଣିପୁର ମାମଲାର ଶୁଣାଣି କରିଥିଲେ। ଏହାପୂର୍ବରୁ ଆଟର୍ଣ୍ଣି ଜେନେରାଲ ଆର୍‌. ଭେଙ୍କଟରମଣି କହିଥିଲେ ଯେ ମଣିପୁରରେ ଏକ କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇଛି, ସରକାର କିଛି କରୁନାହାନ୍ତି। ୬୫୦୦ ମାମଲାର ବର୍ଗୀକରଣ କରି କୋର୍ଟଙ୍କୁ ଉପଲବ୍ଧ କରାଯାଇଛି। ଆମକୁ ବହୁତ ପରିପକ୍ୱତାର ସହ ମାମଲାକୁ ଦେଖିବା ଉଚିତ୍‌।

ସୁପ୍ରିମ୍‌କୋର୍ଟ କହିଥିଲେ, ୧୧ଟି ଏଫ୍‌ଆଇଆର୍‌ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଆମେ ଏଥିରେ ଦଖଲ ଦେବୁନାହିଁ। କିନ୍ତୁ ନିର୍ଦ୍ଦେଶ ଦେବୁ ଯେ ସିବିଆଇ ଟିମ୍‌ରେ ଅତି କମ୍‌ରେ ୫ ଜଣ ଅଧିକାରୀ ଡେପୁଟି ଏସ୍‌ପି କିମ୍ବା ଏସ୍‌ପି ର‍୍ୟାଙ୍କ୍‌ର ରୁହନ୍ତୁ। ଏହି ଅଧିକାରୀମାନେ ଅନ୍ୟ ରାଜ୍ୟ ପୋଲିସରୁ ଆସନ୍ତୁ। କିନ୍ତୁ ସ୍ଥାନୀୟ ଲୋକଙ୍କ ସହିତ ହିନ୍ଦୀରେ କଥାବାର୍ତ୍ତା କରିପାରନ୍ତୁ।

କହି ରଖୁଛୁ ଯେ ମଣିପୁରରେ ଗତ ୩ ମାସ ଧରି ହିଂସା ଜାରି ରହିଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

Leave a Reply

Your email address will not be published. Required fields are marked *