Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ ଏନଡିଏ ସାଂସଦଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ନିକଟରେ ଆୟୋଜିତ ଏକ ବୈଠକରେ ମୋଦୀ ବିଜେପି ସାଂସଦମାନଙ୍କୁ ମୁସଲମାନ ମହିଳାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ସାଂସଦ ତଥା ନିର୍ବାଚନମଣ୍ଡଳୀରେ ମୁସଲିମ ମହିଳାମାନଙ୍କ ନିକଟକୁ ଯାଇ ରକ୍ଷାବନ୍ଧନ ପର୍ବ ପାଳନ କରିବାକୁ କହିଛନ୍ତି। ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବା ଦ୍ୱାରା ସାମ୍ପ୍ରଦାୟିକ ଏକତାର ଉଦାହରଣ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସୋମବାର ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ସାଂସଦଙ୍କ ସହ ଆୟୋଜିତ ଏକ ବୈଠକରେ ମୋଦୀ ଏହା କହିଛନ୍ତି।

୨୦୧୪ ରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଗଠନ କରିବା ଦିନଠାରୁ କ୍ରମାଗତ ଭାବରେ ସେ କହିଆସୁଛନ୍ତି ଯେ ତାଙ୍କ ସରକାର ଏବଂ ବିଜେପିର ରାଜ୍ୟ ସରକାରମାନେ କୌଣସି ଭେଦଭାବ ନକରି ସମାଜର ସମସ୍ତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବେ। ମୋଦୀ ବିଜେପିର ରାଜ୍ୟ ସରକାର ଏବଂ ତାଙ୍କ କେନ୍ଦ୍ର ସରକାର ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ସମସ୍ତ ପ୍ରକାର ଯୋଜନା ଆଣି ସେମାନଙ୍କ ନିକଟକୁ ପହଞ୍ଚାଇଛି ବୋଲି କହିଛନ୍ତି ମୋଦୀ।

Leave a Reply

Your email address will not be published. Required fields are marked *