Spread the love

ଭୋପାଳ: ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା ‘ଧାତ୍ରୀ’ କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି। ଫଳରେ ଗତ ୧୧ ମାସ ମଧ୍ୟରେ ୩ଟି ଛୁଆଙ୍କୁ ମିଶାଇ ମୋଟ ୯ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ପ୍ରାଣ ହରାଇ ସାରିଲେଣି।

ସୂଚନାଯୋଗ୍ୟ, ‘ପ୍ରୋଜେକ୍ଟ ଚିତା’ ଯୋଜନାର ଅଂଶବିଶେଷ ଭାବେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ଭାରତରେ ଚିତା ସଂଖ୍ୟା ବୃଦ୍ଧି କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ l ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । ଦୁଇଦିନ ହେବ ଚିତା ‘ଧାତ୍ରୀର କୌଣସି ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପ ଥିବାରୁ ଚିତାଟିର ସନ୍ଧାନ ମିଳିନଥିଲା । ହେଲେ ଡ୍ରୋନ କ୍ୟାମେରା ସହାୟତାରେ ଚିତାଟିର ସନ୍ଧାନ କରିଥିଲା ବନ ବିଭାଗ । ମୃତ୍ୟୁର କାରଣ ଜାଣିବା ଲାଗି ବନ ବିଭାଗ ଅଧିକାରୀମାନେ ‘ଧାତ୍ରୀ’ର ଶବ ବ୍ୟବଚ୍ଛେଦ କରୁଛନ୍ତି।

Leave a Reply

Your email address will not be published. Required fields are marked *