Spread the love

ହାଇଦ୍ରାବାଦ: ବିରୋଧୀଙ୍କୁ କେସିଆରଙ୍କ ଟାର୍ଗେଟ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ପ୍ରତ୍ୟେକ ଛୋଟ ବଡ଼ ଦଳକୁ ସେମାନଙ୍କ ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସଭାପତି କେ.ଚନ୍ଦ୍ରଶେଖର ରାଓ ଏକ ବୟାନ ଦେଇଛନ୍ତି, ଯାହାକୁ ଶୁଣି ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। କେସିଆର କହିଛନ୍ତି ଯେ ଏନଡିଏ ନୁହେଁ କି ଇଣ୍ଡିଆ, କୌଣସି ଦଳ ସହ ମିଶିବ ନାହିଁ ବିଆରଏସ।

ମହାରାଷ୍ଟ୍ର ଗସ୍ତ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ବିଆରଏସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ କିମ୍ବା କୌଣସି ଦଳକୁ ସମର୍ଥନ କରିବ ନାହିଁ। ଇଣ୍ଡିଆର ଦଳମାନେ ଦେଶକୁ ୫୦ ବର୍ଷ ଶାସନ କରିଥିଲେ। କିନ୍ତୁ ଏତେ ବର୍ଷ ମଧ୍ୟରେ ସେମାନେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ବର୍ତ୍ତମାନ ଦେଶରେ କିଛି ପରିବର୍ତ୍ତନ ହେବା ଆବଶ୍ୟକ। ଦେଶରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମ ବ୍ୟକ୍ତିମାନେ ମଧ୍ୟ ସହଯୋଗ କରିବା ଉଚିତ ବୋଲି କେସିଆର କହିଛନ୍ତି।।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ଗତ ଦୁଇଟି ଲୋକସଭା ନିର୍ବାଚନରେ ଦୃଢ଼ ପ୍ରଦର୍ଶନ କରିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ପ୍ରତ୍ୟେକ ରଣନୀତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାସ୍ତ କରିବାରେ ବିଫଳ ହୋଇଛି। କିନ୍ତୁ ବର୍ତ୍ତମାନ ଦେଶର ୨୧ ବିରୋଧୀ ଦଳ ଇଣ୍ଡିଆ ନାମକ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି।

Leave a Reply

Your email address will not be published. Required fields are marked *