ଜୟପୁର: ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନୋଟିସ୍। ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅଗଷ୍ଟ ୭ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କରିଥିବା ମାମଲାରେ ତାଙ୍କୁ ଏହି ନୋଟିସ୍ ହୋଇଛି। ରାଉଜ୍ ଏଭେନ୍ୟୁ କୋର୍ଟରେ ଗେହଲଟ ପୁନଃବିଚାର କରିବାକୁ ଯାଚିକା ଦାୟର କରିଥିଲେ। ଯାହାକୁ ଖାରଜ କରିଛନ୍ତି କୋର୍ଟ।
୯୦୦ କୋଟି କ୍ରେଡିଟ୍ ସୋସାଇଟି ସ୍କାମ୍ ମାମଲାରେ ଗେହଲଟଙ୍କ ବିରୋଧରେ ଗଜେନ୍ଦ୍ର ସିଂହ ଦିଲ୍ଲୀର ସାଂସଦ-ବିଧାୟକ କୋର୍ଟକୁ ଯିବା ପରେ ଜଷ୍ଟିସ୍ ହରଜିତ୍ ସିଂହ ଜୈସପାଲ ନୋଟିସ୍ ଜାରି କରି ଗେହଲଙ୍କୁ ହାଜର ହେବାକୁ କହିଛନ୍ତି। ତେବେ ପୂର୍ବରୁ ରାଉଜ୍ ଅଭନ୍ୟୁ କୋର୍ଟ ନିର୍ଦ୍ଦେଶ ନାମାକୁ ସ୍ଥଗିତ କରିଥିଲେ।
ସୂଚନା ଥାଉକି ଯେ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ଅଗଷ୍ଟ ୭ ତାରିଖ ସ୍ଥିର କରିଛନ୍ତି। ଏଥିସହ ଦିଲ୍ଲୀ ପୋଲିସ ଏହି ମାମଲାରେ କୋର୍ଟରେ ରିପୋର୍ଟ ଦାଖଲ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ଗେହଲଟ୍ ଟ୍ୱିଟ୍ କରି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କୁ ସଞ୍ଜୀବନୀ ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାୟର କରିଥିଲେ।