Spread the love

ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।

ନିର୍ଦ୍ଦେଶ ମୁତାବକ, ଦେଶର ଶ୍ରେଷ୍ଠ ୩୦୦ ଔଷଧ ବ୍ରାଣ୍ଡକୁ ସେମାନଙ୍କ ଔଷଧ ଉପରେ QR କୋଡ୍ ଲଗାଇବାକୁ ହେବ। ଯଦି କେହି DCGIର ଆଦେଶ ନ ମାନେ, ତେବେ ଔଷଧ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ। ଦେଶର ପ୍ରମୁଖ ଫାର୍ମା କମ୍ପାନୀଗୁଡିକ ଆଜିଠାରୁ ସେମାନଙ୍କ ଔଷଧ ଉପରେ QR କୋଡ୍ ରଖିବେ। DCGI କହିଛି ଯେ ଯେଉଁ କମ୍ପାନୀ ଏହି ନିର୍ଦ୍ଦେଶ ପାଳନ କରିବ ନାହିଁ, ତାହାକୁ ଜରିମାନା ତାଲିକାରେ ରଖାଯିବ।

ଔଷଧ ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଏଭଳି ପଦକ୍ଷେପ ଦ୍ୱାରା ଦେଶରେ ନିମ୍ନମାନର ତଥା ନକଲି ଔଷଧର ବିକ୍ରି ଉପରେ ଅଙ୍କୁଶ ଲଗାଯାଇ ପାରିବ। ୟୁନିକ୍ ପ୍ରଡକ୍ଟ ଆଇଡେଣ୍ଟିଫିକେସନ୍ କୋଡ୍ ଦ୍ୱାରା ଔଷଧର ଜେନେରିକ୍ ନାମ, ବ୍ରାଣ୍ଡ୍‌ ନାମ, ଉତ୍ପାଦକଙ୍କ ନାମ, ଔଷଧ ଉତ୍ପାଦନ ତାରିଖ ସହିତ ଏହାର ଏକ୍ସପାୟରୀ ଡେଟ୍‌ ଏବଂ ଔଷଧ ଉତ୍ପାଦନକାରୀ କମ୍ପାନୀର ଲାଇସେନ୍ସ ନମ୍ବର ମଧ୍ୟ ଜାଣିହୋଇ ପାରିବ।

Leave a Reply

Your email address will not be published. Required fields are marked *