Spread the love

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ସୀମା ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସଚିନ ମୀଣାଙ୍କ ପରିବାରର ଜଣେ ସଦସ୍ୟ ଏ କଥା ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ତାଙ୍କ କହିବା ହେଲା, ବହୁତ ଜଲ୍‌ଦି ତାଙ୍କ ପରିବାରକୁ ଏକ କୁନି ଅତିଥିର ଆଗମନ ହେବ। କାହିଁକି ନା, ସୀମା ଏବେ ଗର୍ଭବତୀ ଅଛନ୍ତି।

ତେବେ ଏ ପର୍ଯ୍ୟନ୍ତ ସୀମା ହାଇଦର ଏହି କଥା ନିଶ୍ଚିତ କରି ନାହାଁନ୍ତି କି ସଚିନ ମଧ୍ୟ ବାପା ହେବାକୁ ଯାଉଥିବା କଥାକୁ ସ୍ୱୀକାର କରି ନାହାଁନ୍ତି। କିନ୍ତୁ ଖବରରୁ ଜଣାପଡ଼ିଛି, ନିକଟରେ ସଚିନ୍ ସୀମା ହାଇଦରଙ୍କୁ ଚେକଅପ୍ କରାଇବା ପାଇଁ ଡାକ୍ତରଙ୍କ ନିକଟକୁ ନେଇଥିଲେ।

ସୀମାଙ୍କର ପୂର୍ବରୁ ୩ ଝିଅ ଏବଂ ଗୋଟିଏ ପୁଅ ଅଛି। ପୁଅ ୭ ବର୍ଷର ଥିବା ବେଳେ ତିନି ଝିଅଙ୍କ ବୟସ ଯଥାକ୍ରମେ ୬ ବର୍ଷ, ୫ ବର୍ଷ ଏବଂ ୩ ବର୍ଷ। ସମସ୍ତ ପିଲା ସଚିନ୍ ମୀଣାଙ୍କ ରବୁପୁରାସ୍ଥିତ ଘରେ ରହୁଛନ୍ତି।

କହି ରଖୁଛୁ, ସଚିନ୍ ଓ ସୀମା ଅନଲାଇନ୍ ଗେମ୍ PUBG ମାଧ୍ୟମରେ ୨୦୨୦ରେ ପରସ୍ପର ସମ୍ପର୍କରେ ଆସିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୦ରେ ସୀମା ହାଇଦର ପ୍ରଥମ ଥର ପାଇଁ ୧୫ ଦିନିଆ ଟୁରିଷ୍ଟ ଭିସା ନେଇ କରାଚିରୁ ଦୁବାଇ ଦେଇ ନେପାଳରେ ପହଞ୍ଚିଥିଲେ ଏବଂ ମାର୍ଚ୍ଚ ୧୭ରେ ପାକିସ୍ତାନ ଫେରି ଯାଇଥିଲେ।

ପୁଣି ଦ୍ୱିତୀୟ ଥର ପାଇଁ ସେ ମେ’ ୧୦ରେ ୧୫ ଦିନିଆ ଟୁରିଷ୍ଟ ଭିସାରେ ପାକିସ୍ତାନରୁ ନିଜର ଚାରି ପିଲାଙ୍କୁ ଧରି କରାଚି ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରରେ ପହଞ୍ଚି ଥିଲେ। ଏହା ପରେ ମେ’ ୧୨ ତାରିଖ ସକାଳେ ପୋଖରାରୁ ବସ୍ ଧରି ସିଦ୍ଧାର୍ଥ ନଗରର ରୂପନଡେହୀ ଖୁନୱା ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ।

Leave a Reply

Your email address will not be published. Required fields are marked *