Spread the love

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଏକ ଖବର ଆସିଛି କି, ସେଠାରେ ଅଞ୍ଜୁଙ୍କୁ ଉପହାରରେ ମିଳିଛି ୪୦ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଫ୍ଲାଟ। ଅଞ୍ଜୁ ସେଠାରେ ନିଜର ପାକିସ୍ତାନୀ ପ୍ରେମିକା ନସରୁଲ୍ଲାଙ୍କୁ ବିବାହ କରିବା ପରେ ଫାତିମା ନାଁରେ ଜଣାଯାଉଛନ୍ତି।

ରିପୋର୍ଟ ମୁତାବକ, ପାକିସ୍ତାନର କେହି ଜଣେ ବଡ଼ ବ୍ୟବସାୟୀ ଅଞ୍ଜୁଙ୍କୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଫ୍ଲାଟ ଉପହାର ଦେଇଛନ୍ତି। ତେବେ ଏହି ପାକିସ୍ତାନୀ ବ୍ୟବସାୟୀଙ୍କ ବିଷୟରେ କୌଣସି ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ। ଏହା ମଧ୍ୟ ଜଣାପଡ଼ି ନାହିଁ ଯେ କେଉଁ ଅଞ୍ଚଳରେ ପାକିସ୍ତାନୀ ବ୍ୟବସାୟୀ ଅଞ୍ଜୁଙ୍କୁ ଫ୍ଲାଟ ଉପହାର ଦେଇଛନ୍ତି।

କିଛି ଦିନ ତଳେ ପାରମ୍ପରିକ ଇସଲାମିକ ପୋଷାକରେ ଅଞ୍ଜୁଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ନିଜ ସ୍ୱାମୀ ନସରୁଲ୍ଲା ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା।

କହି ରଖୁଛୁ, ଅଞ୍ଜୁ ତାଙ୍କ ଫେସବୁକ ଫ୍ରେଣ୍ଡ୍‌ ତଥା ପ୍ରେମିକ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନର ଖୈବର ପଖତୁନଖୱା ପଳାଇ ଯାଇଛନ୍ତି। ଅଞ୍ଜୁ ଜୁଲାଇ ୨୨ରେ ୱାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ ଏବଂ ସେ ରାୱଲପିଣ୍ଡିରେ ନସରୁଲ୍ଲାଙ୍କୁ ଭେଟିଥିଲେ। ଅଞ୍ଜୁ ଆଇନଗତ ଭାବେ ପାକିସ୍ତାନ ଯାତ୍ରା କରିଥିଲେ। ତାଙ୍କ ପାଖରେ ୧ ମାସ ପର୍ଯ୍ୟନ୍ତ ରହିବା ପାଇଁ ବୈଧ ଭିସା ରହିଛି।

୩୪ ବର୍ଷୀୟା ଅଞ୍ଜୁଙ୍କ ପ୍ରକୃତ ଘର ୟୁପିର କେଲୋର ଗ୍ରାମରେ ଏବଂ ସେ ରାଜସ୍ଥାନର ଅଲୱର ଜିଲ୍ଲାରେ ରହୁଥିଲେ। ୨୦୧୯ରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

Leave a Reply

Your email address will not be published. Required fields are marked *