Spread the love

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ୬ ନଂ. ଜାତୀୟ ରାଜପଥରେ ଶନିବାର ଭୋର୍‌ ୩ଟାରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରାଭେଲ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପାଖାପାଖି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ଜିଲ୍ଲାର ମଲକାପୁର ସହରର ଏକ ରେଳ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ପୋଲିସ କହିଛି ଯେ ଅମରନାଥ ତୀର୍ଥଯାତ୍ରୀଙ୍କୁ ନେଇ ଏକ ବସ୍ ହିଙ୍ଗୋଲି ଫେରୁଥିବା ବେଳେ ଅନ୍ୟ ଏକ ଯାତ୍ରୀବାହୀ ବସ୍ ନାଗପୁରରୁ ନାସିକ୍‌ ଯାଉଥିଲା। ଏହି ସମୟରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଶନିବାର ଭୋର୍‌ ପ୍ରାୟ ୩ଟାରେ ଏହି ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ପୋଲିସ ଆହତ ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ମଲକାପୁର ଉପଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ଗୁରୁତର ଯାତ୍ରୀଙ୍କୁ ବୁଲଢାଣା ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *