ଭୁବନେଶ୍ୱର : MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପରିବର୍ତ୍ତନ ରାଲି । ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ । MMDR ସଂଶୋଧନ ପ୍ରତ୍ୟାହାର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ଓ INDIA ବ୍ଲକ୍ ର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ରାଲି କରାଯାଉଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳୀୟ ନେତା ଓ କର୍ମୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କଂଗ୍ରେସର ପ୍ରମୁଖ ଦାବି ମଧ୍ୟରେ ରହିଛି MMDR ସଂଶୋଧନ ପ୍ରତ୍ୟାହାର । ଏହି ସଂଶୋଧନ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥକୁ ପ୍ରଭାବିତ କରିବ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି । ଏହା କଂଗ୍ରେସର ରାଜନୈତିକ ଅଭିଯୋଗ ଓ ଦାବି ।
ଏହାସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ PCC ସଭାପତି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁଦୃଢ଼ ବ୍ୟାରିକେଡ଼ ବ୍ୟବସ୍ଥା ସହ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ଆୟୋଜିତ କରାଯାଇଛି ।