Spread the love

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ମାତୃତ୍ୱ ଛୁଟିକୁ ନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ମାଆ ହେବାକୁ ଥିବା ମହିଳାଙ୍କୁ ୧ ବର୍ଷ ଯାଏଁ ଛୁଟି ଦେବେ ସିକ୍କିମ ସରକାର । କେବଳ ସେତିକି ନୁହେଁ ପୁରୁଷମାନଙ୍କୁ ୧ ମାସର ଛୁଟି ମଧ୍ୟ ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାର କହିଛନ୍ତି, ଏହି ନିୟମକୁ ପରିବର୍ତ୍ତନ କରାଯିବ ଏବଂ ଏହି ଯୋଜନାକୁ ଲାଗୁକରାଯିବ । ଯେଉଁଥିରେ ହଜାର ହଜାର ମହିଳାଙ୍କୁ ଫାଇଦା ମିଳିବ ।

ଖବର ମୁତାବକ, ସିକ୍କିମ୍ ଷ୍ଟେଟ୍ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ (SSCSTA) ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରାଯିବ । ଏହି ଲାଭ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ସିକ୍କିମରେ ଦେଶର ସବୁଠାରୁ କମ୍‌ ଲୋକ ରୁହନ୍ତି । ଏଠାରେ ମାତ୍ର ୬.୩୨ ଲକ୍ଷ ଲୋକ ରହିଛନ୍ତି । ସେ ସମସ୍ତ ନୂତନ ଆଇଏଏସ୍ ଏବଂ ଏସସିଏସ୍ (ସିକ୍କିମ୍ ସିଭିଲ୍ ସର୍ଭିସେସ୍) ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *