Spread the love

ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ କରିବାକୁ ଥିବା ସର୍ଭେ ଉପରେ ଆସନ୍ତାକାଲି ଯାଏ ରୋକ ଲାଗିଛି। ଆଜି ଆହ୍ଲାବାଦ କୋର୍ଟ ଏହି ପ୍ରସଙ୍ଗରେ ମାରାଥନ ଶୁଣାଣି କରିଥିଲେ ହେଁ ରୋକ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି।

ପ୍ରଥମେ ସୁପ୍ରିମକୋର୍ଟ ଜୁଲାଇ ୨୬ ସନ୍ଧ୍ୟା ଯାଏ ଏଏସ୍‌ଆଇ ସର୍ଭେ ଉପରେ ରୋକ ଲଗାଇଥିଲେ। ଆଜି ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଆହ୍ଲାବାଦ କୋର୍ଟ ଏବେ ସମାନ ପଦକ୍ଷେପ ନେଇଛନ୍ତି।

ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଅଞ୍ଜୁମାନ ଇନ୍ତେଜାମିଆ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ବିଜ୍ଞାନଭିତ୍ତିକ ସର୍ଭେ ପାଇଁ ଅନୁମିତି ଦେଇଥିଲେ। ଏହାକୁ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।

ବାରାଣସୀ କୋର୍ଟ ସର୍ଭେ ପାଇଁ ଅନୁମତି ଦେବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୪ରେ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଏହା ଉପରେ ରୋକ ଲଗାଇଥିଲେ। ଏଥିସହ କମିଟିକୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ।

ଏହି ଅନୁସାରେ କମିଟି ଆବେଦନ କରିଥିବା ବେଳେ ହାଇକୋର୍ଟ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଶେଷରେ ରୋକ ଅବଧିକୁ ଆସନ୍ତାକାଲି ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ମାମଲା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି।

Leave a Reply

Your email address will not be published. Required fields are marked *