Spread the love

ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି ଯୋଗୁଁ ମଙ୍ଗଳବାର ଭାରତୀୟ ରେଳକ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ୱେବସାଇଟ୍ ଏବଂ ଆପ୍ରୁ ଟିକେଟ୍ ବୁକିଂରେ ସମସ୍ୟା ଦେଖାଦେଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ ଆପରେ ଥିବା ଅଚଳାବସ୍ଥା ଦୂର ହୋଇଛି ଓ ଟିକେଟ ବୁକିଂ ସ୍ବାଭାବିକ ହୋଇଛି ।

ଏବେ ଯାତ୍ରୀମାନେ ଆଇଆରସିଟିସି ମୋବାଇଲ ଆପ ଏବଂ ୱେବସାଇଟରୁ ଅନଲାଇନରେ ଟିକେଟ ବୁକ୍ କରିପାରିବେ । ରେଳବାଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ।

ଆଇଆରସିଟିସି କହିଛି ଯେ ବୁକିଂରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇଛି । irctc.co.in/nget/train-search ଆଇଆରସିଟିସି ୱେବସାଇଟ୍ ଏବଂ ରେଳ କନେକ୍ଟ ଆପ୍ ବର୍ତ୍ତମାନ କାର୍ଯ୍ୟ କରୁଛି। ଏଭଳି ସ୍ଥିତିରେ ଯେଉଁ ଯାତ୍ରୀମାନେ ଯାତ୍ରା ପାଇଁ ଟିକେଟ ବୁକ୍ କରିବାକୁ ପଡିବ ସେମାନେ ଏବେ ଆପ୍ ଓ ୱେବସାଇଟ ବ୍ୟବହାର କରି ପୁଣି ଥରେ ବୁକିଂ କରିପାରିବେ । ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି। ଅପରାହ୍ନ ପ୍ରାୟ ୨ଟା ୧୫ରେ ରେଳବାଇ ପକ୍ଷରୁ ସମସ୍ୟାର ସମାଧାନ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ମଙ୍ଗଳବାର ସକାଳେ ଆଇଆରସିଟିସି ଟ୍ୱିଟର ହ୍ୟାଣ୍ଡେଲ ରେ ସୂଚନା ଦିଆଯାଇଥିଲା ଯେ ବୈଷୟିକ ସମସ୍ୟା କାରଣରୁ ଆଇଆରସିଟିସି ଆପ୍ ଏବଂ ୱେବସାଇଟରୁ ପେମେଣ୍ଟ ହୋଇପାରୁନାହିଁ, ଯାହା ଫଳରେ ଯାତ୍ରୀମାନେ ଟିକେଟ ବୁକିଂରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲି ବୁକିଂ କରାଯାଇଥିଲା ।

Leave a Reply

Your email address will not be published. Required fields are marked *