Spread the love

ସଂସ୍କୃତି,ଧର୍ମ ଏବଂ ମନ୍ଦିର ପାଇଁ ଆମ ଦେଶ ଭାରତ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମର ପଡ଼ୋଶୀ ଦେଶ ପାକିସ୍ଥାନ, ଯାହା ଏକ ମୁସିଲିମ୍ ବହୁଳ ଦେଶ ଅଟେ, ସେଠାରେ ବି ଏମିତି କିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଛି ଯାହା ବିଷୟରେ ଆପଣ ମାନେ ବୋଧ ହୁଏ କିଛି ଜାଣିଥିବେ। ମୁସଲମାନ ଦେଶ ହୋଇଥିଲେ ମଧ୍ୟ ଏହି ମନ୍ଦିରରେ କେବଳ ହିନ୍ଦୁ ନୁହନ୍ତି ମୁସଲମାନ ମାନେ ମଧ୍ୟ ମୁଣ୍ଡ ନୂଆଇଁ ହିନ୍ଦୁ ଭଗବାନଙ୍କୁ ପ୍ରଣାମ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ପାକିସ୍ଥାନର ସେହି ହିନ୍ଦୁ ମନ୍ଦିର ବିଷୟରେ…

ହିଙ୍ଗଲାଜ ମନ୍ଦିର

ବେଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ମନ୍ଦିର ନିଜର ତାର ପୌରାଣିକ କଥାବସ୍ତୁକୁ ନେଇ ବେଶ୍ ପରିଚିତ । କୁହାଯାଏ କି, ଭଗବାନ ବିଷ୍ଣୁ ମାତା ସତୀଙ୍କର ମୁଣ୍ଡ କାଟିବା ପାଇଁ ଚକ୍ର ଫୋପାଡ଼ିଥିଲେ। ସେହି ଚକ୍ରରେ ମୁଣ୍ଡ କଟି ଯେଉଁ ଯାଗାରେ ପଡ଼ିଥିଲା ଏହା ସେହି ଯାଗା। ଏହି ମନ୍ଦିର ପାକିସ୍ତାନର ବେଲୁଚିସ୍ତାନରୁ ୧୨୦କି.ମି ଦୂରରେ ହିଙ୍ଗୁଲ ନଦୀ ତଟରେ ଅବସ୍ଥିତ। ଏହି ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ।

ମୁଲତାନ ସୂର୍ଯ୍ୟମନ୍ଦିର

ମୁଲତାନ ସୂର୍ଯ୍ୟ ମନ୍ଦିର ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର । କୁହାଯାଏ କି ଏହି ମନ୍ଦିର ଭଗବାନ ଶ୍ରୀକୃଷ୍ଣ ଏବଂ ଜାମ୍ବାବତୀଙ୍କ ପୁଅ ଶାମ୍ବ ଏହି ମନ୍ଦିର ତିଆରି କରିଥିଲେ । ଯେତେବେଳେ ଋଷିଙ୍କ ଅଭିଷାପ କାରଣରୁ ଶାମ୍ବଙ୍କୁ କୁଷ୍ଠ ରୋଗ ହୋଇଥିଲା ସେତେବେଳେ ଶ୍ରୀକୃଷ୍ଣ ଶାମ୍ବଙ୍କୁ ରୋଗରୁ ମୁକ୍ତି ନିମନ୍ତେ ସୂର୍ଯ୍ୟଦେବଙ୍କୁ ଉପାସନା କରିବାକୁ କହିଥିଲେ । ସେତେବେଳେ ଶାମ୍ବ ୧୨ଟି ସ୍ଥାନରେ ସୂର୍ଯ୍ୟଦେବଙ୍କର ମନ୍ଦିର ସ୍ଥାପନ କରି ତାଙ୍କର ଉପାସନା କରିଥିଲେ । ତନ୍ମଧ୍ୟରୁ ମୁଲତାନ ସୂର୍ଯ୍ୟମନ୍ଦିର ଏକ । ଏହି ମନ୍ଦିର ବିଷୟରେ ଚୀନର ଜଣେ ବୌଦ୍ଧ ଭିକ୍ଷୁଙ୍କ କହିବା ଅନୁଯାୟୀ, ମହମ୍ମଦ ବିନ୍ କାସିମ୍ ଏବଂ ମହମ୍ମଦ ଗଜନୀ ଏହି ମନ୍ଦିରକୁ ଅନେକ ଥର ଲୁଣ୍ଠନ କରିଛନ୍ତି।

ପଞ୍ଚମୁଖୀ ହନୁମାନ ମନ୍ଦିର

କରାଚି ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାୟ ୨୦୦୦ବର୍ଷ ପୁରୁଣା ଅଟେ। ତ୍ରେତୟା ଯୁଗର ୧୭ଲକ୍ଷ ବର୍ଷ ପୁରୁଣା ହନୁମାନଙ୍କ ଏକ ମୂର୍ତ୍ତି ଏହି ମନ୍ଦିରରେ ସ୍ଥାପିତ କରାଯାଇଛି। ଏହି ମନ୍ଦିରର ପୁର୍ଣ୍ଣନିର୍ମାଣ ୧୦୮୨ବର୍ଷରେ କରାଯାଇଥିଲା। ଏହି ମନ୍ଦିରରେ ହନୁମାନ ଭକ୍ତ ମାନଙ୍କର ଭିଡ଼ ମଧ୍ୟ ସବୁବେଳେ ଲାଗିରହିଥାଏ।

ଇସଲାମ କୋଟ ରାମ ମନ୍ଦିର

ଭାରତରେ ରାମ ମନ୍ଦିରକୁ ନେଇ ସବୁ ରାମଭକ୍ତଙ୍କ ମଧ୍ୟରେ ଗଭୀର ଭକ୍ତି ରହିଛି। କିନ୍ତୁ ପାକିସ୍ତାନରେ ମଧ୍ୟ କିଛି ରାମ ମନ୍ଦିର ରହିଛି ଯାହା ମଧ୍ୟରେ ସବୁଠାରୁ ବିଶେଷ ହେଉଛି ଇସଲାମ କୋଟ ରାମ ମନ୍ଦିର ।

କଟାସ ରାଜ ମନ୍ଦିର

କଟାସ ରାଜ ମନ୍ଦିର ହେଉଛି ପାକିସ୍ତାନର ପଞ୍ଜାବ ଅଞ୍ଚଳର ଚକୱାଲ ଜିଲ୍ଲାରେ ରହିଥିବା ୯୦୦ ବର୍ଷ ପୂର୍ବର ଏକ ହିନ୍ଦୁ ମନ୍ଦିର । କୁହାଯାଏ ଯେବେ ସତୀ ଦେହତ୍ୟାଗ କରିଥିଲେ ସେତେବେଳେ ମହାଦେବଙ୍କ ଆଖିରୁ ଦୁଇ ଟୋପା ଲୁହ ପଡ଼ିଥିଲା । ସେହି ଲୁହର ଗୋଟେ ବୁନ୍ଦା ଭାରତରେ ଏବଂ ଅନ୍ୟ ଏକ ବୁନ୍ଦା ପାକିସ୍ତାନର ଏହି ଅଞ୍ଚଳରେ ପଡ଼ିଥିଲା। ଆଉ ସେବେଠାରୁ ଏହିଠାରେ ଏହି ମନ୍ଦିର ନିର୍ମିତ ହୋଇଥିଲା ।

ବରୁଣଦେବ ମନ୍ଦିର

କରାଚିର ମନୋଡ଼ା ଆଇଲେଣ୍ଡରେ ଅବସ୍ଥିତ ବରୁଣଦେବ ମନ୍ଦିର । ଏହି ମନ୍ଦିର ପ୍ରାୟ ୧୦୦ବର୍ଷରୁ ଅଧିକ ପୁରୁଣା ଅଟେ। ପାକିସ୍ତାନରେ ଏବେ ଏହି ମନ୍ଦିରର ଉପଯୋଗ ହିନ୍ଦୁ କାଉନସିଲ୍ ଅଫ୍ ପାକିସ୍ତାନର କାମ ପାଇଁ କରାଯାଉଛି ।

ସ୍ଵାମୀ ନାରାୟଣ ମନ୍ଦିର

ସ୍ଵାମୀ ନାରାୟଣ ମନ୍ଦିର ପାକିସ୍ତାନର କରାଚି ସହରର ବନ୍ଦର ରୋଡ଼ରେ ଅବସ୍ଥିତ। ଏହି ମନ୍ଦିର ୩୨,୩୦୬ହଜାର ସ୍କୋୟାର ଯାଗାରେ ତିଆରି ହୋଇଥିଲା। ଏହି ମନ୍ଦିର ପ୍ରାୟ ୧୬୦ ବର୍ଷ ପୁରୁଣା ଅଟେ। ଏଠାରେ ମୁସଲିମ ଲୋକମାନେ ମଧ୍ୟ ପୂଜା କରିବା ପାଇଁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *