Spread the love

ପାହାଡ ଉପରେ ରହିଛି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୯୦୦ ମନ୍ଦିର । ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ କି ? ଯଦି ବିଶ୍ୱାସ କରୁନାହାନ୍ତି ତେବେ ନିହାତି ଭାବେ ଠାରେ ବୁଲିଆସନସ୍ତୁ ଗୁଜୁରାଟ ର ଏହି ସ୍ଥାନ କୁ … ଭାରତ ବିଶ୍ୱର ଏକମାତ୍ର ଦେଶ ଯିଏ ନିଜର ବିବିଧତା ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ସନାତନ ଧର୍ମ ଏବଂ ସଂସ୍କୃତି ଉପରେ ବିଶ୍ୱାସ କରୁଥିବା ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ମନ୍ଦିର ରହିବା ସ୍ୱାଭାବିକ। ପାହାଡ ଉପରେ ଆପଣ ଅନେକ ଐତିହାସିକ ମନ୍ଦିର ନିର୍ମିତ ହୋଇଥିବାର ଦେଖିବାକୁ ପାଇବେ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହି ମନ୍ଦିର ପରିଦର୍ଶନ କରିଥାନ୍ତି। ହେଲେ କ’ଣ ଆପଣ ଜାଣିଛନ୍ତି ଦେଶରେ ଏପରି ଏକ ପାହାଡ ରହିଛି ଯେଉଁଠାରେ ୫-୧୦ ନୁହେଁ ଏହି ୯୦୦ ମନ୍ଦିର ନିର୍ମିତ ହୋଇଛି।

ଏହି ପର୍ବତ ଗୁଜୁରାଟ ଭାବନଗର ଜିଲ୍ଲାର ପାଲିତାନା ଅଞ୍ଚଳରେ ରହିଛି। ଏହି ପର୍ବତ “ଶତ୍ରୁଞ୍ଜୟ ପର୍ବତ” ନାମରେ ଜଣାଶୁଣା। “ଶତ୍ରୁଞ୍ଜୟ ନଦୀ” ଏହି ପାହାଡ ଦେଇ ଅତିକ୍ରମ କରିଥାଏ। ନଦୀର ନାମ ଅନୁସାରେ ଏହି ପର୍ବତର ନାମକରଣ କରାଯାଇଛି। ଭାବନଗର ସହରରୁ “ଶତ୍ରୁଞ୍ଜୟ ପର୍ବତ” ମଧ୍ୟରେ ଦୂରତା ହେଉଛି ପ୍ରାୟ ୫୦ କିଲୋମିଟର। ଏହି ପର୍ବତ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ ସହ ଜଡ଼ିତ ଏକ ବଡ଼ ଧାର୍ମିକ ସ୍ଥଳ । ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟକ ଭକ୍ତ ଆସି ଭିଡ଼ ଜମାଇଥାନ୍ତି।

“ଶତ୍ରୁଞ୍ଜୟ ପର୍ବତ” ଉପରେ ଥିବା ମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ମାର୍ବଲ ପଥରରେ ନିର୍ମିତ ହୋଇଛି। ଏହି ମନ୍ଦିରର କାରୁକାର୍ଯ୍ୟ ଏପରି ସୁନ୍ଦର ଭାବରେ ଖୋଦିତ ହୋଇଛି ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ଯେତେବେଳେ ସକାଳେ ସୂର୍ଯ୍ୟଙ୍କ କିରଣ ଏହି ମନ୍ଦିର ଉପରେ ପଡ଼େ, ସେତେବେଳେ ଏହା ସୁନା ପରି ଚମକି ଉଠିଥାଏ। ଚନ୍ଦ୍ରର ଆଲୋକରେ ଏହି ମନ୍ଦିର ମୋତି ପରି ଦୃଶ୍ୟମାନ ହୋଇଥାଏ।

ବିଶ୍ୱାସ କରାଯାଏ ଜୈନ ମାନଙ୍କ ଭଗବାନ ଋଷଭଦେବ “ଶତ୍ରୁଞ୍ଜୟ ପର୍ବତ” ଉପରେ ଧ୍ୟାନ କରିଥିଲେ। ଏହା ସହିତ ସେ ଏଠାରେ ତାଙ୍କର ପ୍ରଥମ ଉପଦେଶ ମଧ୍ୟ ଦେଇଥିଲେ। ଏହି ପର୍ବତରେ ଅବସ୍ଥିତ ମୁଖ୍ୟ ମନ୍ଦିର ଗୋଟିଏ ଉଚ୍ଚତାରେ ନିର୍ମିତ ହୋଇଛି। ଯେଉଁଠାରେ ପହଞ୍ଚିବା ପାଇଁ ଭକ୍ତଙ୍କୁ ପ୍ରାୟ ୩୦୦୦ ପାହାଚ ଚଢିବାକୁ ପଡିଥାଏ। କୁହାଯାଏ ଯେ ଜୈନ ଧର୍ମର ୨୪ ତୀର୍ଥ ମଧ୍ୟରୁ ୨୩ ତୀର୍ଥର ଧ୍ୟାନ କରିବା ପାଇଁ ଏହି ପର୍ବତରେ ପହଞ୍ଚିଥିଲେ। ଧାର୍ମିକ କାରଣରୁ “ଶତ୍ରୁଞ୍ଜୟ ପର୍ବତ” ଜୈନ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ।

ଏଠାରେ କେବଳ ଶାକାହାରୀ ଲୋକ ବସବାସ କରିଥାନ୍ତି । “ଶତ୍ରୁଞ୍ଜୟ ପର୍ବତ” ଗୁଜୁରାଟ ପାଲିତାନା ଅଞ୍ଚଳରେ ଅବସ୍ଥିତ। ପାଲିତାନା ଆଇନଗତ ଭାବରେ ଏକ ଶୁଦ୍ଧ ଶାକାହାରୀ ସହର ଭାବରେ ଘୋଷିତ ହୋଇଛି। ଯେଉଁଠାରେ କୌଣସି ଅଣ୍ଡା, ମାଂସ, ମାଛ ଦୋକାନ ନାହିଁ। ଏହି କାରଣରୁ କେବଳ ସାତ୍ତ୍ୱିକ ଚିନ୍ତାଧାରା ଏବଂ ଶାକାହାରୀ ଖାଦ୍ୟ ଖାଉଥିବା ଲୋକେ ସେଠାରେ ବସବାସ କରିଥାନ୍ତି।

Leave a Reply

Your email address will not be published. Required fields are marked *