Spread the love

ଝାଡଖଣ୍ଡ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଏନଆଇଏ। ଝାଡ଼ଖଣ୍ଡର ଲୋହରଦଗାରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ଫୈଜାନ୍ ଅନସାରୀକୁ ବିର୍ସା ମୁଣ୍ଡା ଜେଲକୁ ପଠାଯାଇଛି। ଫୈଜାନକୁ ଶୁକ୍ରବାର ଏନଆଇ ରାଞ୍ଚିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

ସୂଚନାନୁସାରେ, ସନ୍ଦିଗ୍ଧ ଆତଙ୍କବାଦୀ ଫୈଜାନ୍ ଅନସାରୀଙ୍କୁ ଆଜି ପୁଣିଥରେ ଏନଆଇ ରାଞ୍ଚିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇପାରେ। ଫୈଜାନର ରିମାଣ୍ଡରେ ନେଇ କୋର୍ଟକୁ ଆବେଦନ କରିପାରେ ଏନଆଇଏ ଟିମ୍। ଏନଆଇଏ, ଆଇବି ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଚଢଉ ଫୈଜାନକୁ ଗିରଫ କରିଥିଲା। ଫୈଜାନର ଲାପଟପ୍ ସର୍ଚ୍ଚ କରିବା ବେଳେ ସେଥିରୁ ଅନେକ ଆପତ୍ତିଜନକ ଦଲିଲ ଉଦ୍ଧାର କରାଯାଇଥିଲା। ଫୈଜାନ୍ ଅନସାରୀ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ର। ସେ ଗତ ଦୁଇମାସ ଧରି ଲୋହରଦଗାରେ ରହୁଥିଲା।

ଫୈଜାନ୍ ଅନସାରୀ ନିକଟରୁ ଅନେକ ଡିଜିଟାଲ୍ ପ୍ରମାଣ ଜବତ କରାଯାଇଛି। ଫୈଜାନ୍ ଡାର୍କ ନେଟ୍ ମାଧ୍ୟମରେ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା। ଲୋହରଦଗାରେ ଯୁବକମାନଙ୍କୁ ବ୍ରେନ ୱାଶ୍ କରି ଆତଙ୍କ ବିସ୍ତାର କରିବାକୁ ତାଲିମ ଦେଉଥିଲା। ଅନେକ ଯୁବକ ଆଇଏସଆଇଏସରେ ଯୋଗଦେବାକୁ ପ୍ରବର୍ତ୍ତିତ ହୋଇଥିଲେ। ସେହିପରି ଫୈଜାନର ମେଲ ଆକାଉଣ୍ଟରୁ ଏଜେନ୍ସି ଅନେକ ସୂଚନା ପାଇଛି। ଏହି ତଥ୍ୟ ଜାତୀୟ ବିରୋଧୀ ଏବଂ ମୌଳିକ ଜିହାଦକୁ ଶକ୍ତି ପ୍ରଦାନ କରେ। ଭାରତରେ ଆଇଏସଆଇଏସର କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଏକ ଅଭିଯାନ ଚଳାଉଥିଲା।

Leave a Reply

Your email address will not be published. Required fields are marked *