Spread the love

ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା ବୋଲି କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ।

ସେହିପରି ମଣିପୁରର ଉଖରୁଲରେ ସକାଳ ୫:୦୧ ରେ ୩.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଅନ୍ୟପଟେ ଜୟପୁରରେ ଭୂକମ୍ପର ପ୍ରଥମ କମ୍ପନ ୪:୧୦ ମିନିଟରେ, ଦ୍ୱିତୀୟଟି ୪:୨୩ ମିନିଟ ଏବଂ ତୃତୀୟଟି ୪:୨୫ ରେ ଘଟିଥିଲା।

ଜୟପୁରରେ ହୋଇଥିବା ଭୂକମ୍ପରେ କମ୍ପନ ଯୋଗୁଁ ଘରେ ଶୋଇଥିବା ଲୋକେ ହଠାତ୍ ଭୟଭୀତ ହୋଇ ଘରୁ ବାହାରକୁ ଦୌଡି ପଳାଇଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ରାଜଧାନୀ ଜୟପୁର। ଯଦିଓ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ଭୂମିକମ୍ପର ପ୍ରଥମ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ଥିଲା।

Leave a Reply

Your email address will not be published. Required fields are marked *